www.samajalive.in
Saturday, December 6, 2025
19.1 C
Bhubaneswar

୧୨ରୁ୧୪ ବର୍ଷର ବିଦ୍ୟାର୍ଥୀଙ୍କୁ କୋଭିଡ ଟିକାକରଣ

କଲ୍ୟାଣସିଂହପୁର : ଭାରତ ସରକାରଙ୍କର ନିଷ୍ପତି କ୍ରମେ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ଅନୁସାରେ ଜିଲା ପ୍ରଶାସନ ପକ୍ଷରୁ ୧୨ରୁ୧୪ ବର୍ଷର ବିଦ୍ୟାର୍ଥୀଙ୍କୁ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ଆଜି ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୨ରୁ ୧୪ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଟିକା  କରଣ କରାଯାଇଛି । ଯେଉଁ ଛାତ୍ର ଛାତ୍ରୀ ମାନେ ୨୦୦୮,୨୦୦୯,୨୦୧୦ ମସିହାରେ ଜନ୍ମଗ୍ରହଣ କରିଛନ୍ତି ସେମାନଙ୍କୁ  କୋର୍ବେଭାକ୍ସ ଟିକା ଦିଆଯାଇଛି ।
ଛାତ୍ରଛାତ୍ରୀଙ୍କ ନାମ ରେଜିଷ୍ଟ୍ରେସନ କରିବା ପରେ( କୋଭିଡ) କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୁହଁରେ ତୁଣ୍ଡି ଓ ସାମାଜିକ ଦୂରତା ରକ୍ଷାକରି ପ୍ରଥମ ଡୋଜ ଟିକା  ନେବାକୁ ଧାଡିରେ ଠିଆ ହୋଇ ଥିଲେ ।  କୌଣସି  ପାର୍ଶ୍ଵ ପ୍ରତିକ୍ରିୟା ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ୩୦ ମିନିଟ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନୁଧ୍ୟାନ କରାଯାଇଛି । ଏଥିରେ ମହିଳା ସ୍ୱାସ୍ଥ୍ୟ କର୍ମୀ  ସୁରେନ୍ଦ୍ରି ସାରକାଙ୍କୁ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଉକ୍ତ ବ୍ଲକରେ ୧୮ଟି ସବ ସେଣ୍ଟର ,ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଟିକାକରଣ କରାଯାଇଛି । ପ୍ରଥମ (ଡୋଜ) ସୋପାନ ଟୀକା ଦେବାର ପ୍ରାୟ ୨୮ ଦିନ ପରେ ଦ୍ୱିତୀୟ ସୋପାନ (ଡୋଜ )ଦିଆଯିବ ବୋଲି ଜଣାପଡିଛି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories