www.samajalive.in
Saturday, December 6, 2025
19.1 C
Bhubaneswar

ସ୍ବଚ୍ଛଭାରତ ଏଠି ପ୍ରହସନ; ଲକ୍ଷ୍ମୀପୁର ବ୍ଲକର ଅଧିକାଂଶ ଗୋଷ୍ଠୀ ଶୌଚାଳୟରେ ଝୁଲୁଛି ତାଲା

ଲକ୍ଷ୍ମୀପୁର: ସରକାର ସ୍ବଚ୍ଛ ଭାରତ ଯୋଜନାରେ ନିର୍ମାଣ କରିଛନ୍ତି ଗୋଷ୍ଠୀ ଶୌଚାଳୟ। ଏହି ଯୋଜନା ମାଧ୍ୟମରେ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଛି ଗୋଷ୍ଠୀ ଶୌଚାଳୟ। କିନ୍ତୁ ନିର୍ମାଣର ବର୍ଷାଧିକ ବିତି ଯାଇଥିଲେ ମଧ୍ୟ ତାହା ବ୍ୟବହାର ନହୋଇ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ବ୍ଲକରୁ ୨ ଲକ୍ଷ ୧୦ ହଜାର ସହିତ ପଞ୍ଚାୟତରୁ ୯୦ ହଜାର ମିଶି ୩ ଲକ୍ଷ ଟଙ୍କାରେ ଉକ୍ତ ଗୋଷ୍ଠୀ ଶୌଚାଳୟ ନାଁରେ ନିର୍ମାଣ ହେଉଛି ପାଇଖାନା। ତେବେ ବର୍ଷେରୁ ଊର୍ଦ୍ଧ୍ବ କାଳ ହେଲା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହିଭଳି ପାଇଖାନାଗୁଡ଼ିକ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ବ୍ୟବହାର ନହୋଇ କେବଳ ତାଲା ଝୁଲୁଛି। ଯାହା ଫଳରେ ସ୍ବଚ୍ଛ ଭାରତ ମିଶନ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ଅଭୀପ୍ସା ନେଇ ଏହାକୁ ଆଗକୁ ବଢାଇବାକୁ ଏହି ମିଶନ କରିଥିଲେ ତାହା ସାର୍ଥକ ହେବା ବଦଳରେ ବ୍ୟର୍ଥ ହେବାକୁ ବସିଛି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ଏହାର ମୂଳ କାରଣ ହେଉଛି ସଚେତନତା ଅଭାବ ସହିତ ରକ୍ଷଣାବେକ୍ଷଣ ଅଭାବ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରାୟତଃ ଅଧିକାଂଶ ଲୋକ ନଦୀ ଝରଣା ନିକଟକୁ ଯାଇ ନିତ୍ୟକର୍ମ ସାରୁଛନ୍ତି। ଏପରିକି ସ୍ବଚ୍ଛ ମିଶନ ଯୋଜନା ମାଧ୍ୟମରେ ଘରେଘରେ ଯେଉଁ ପାଇଖାନାଗୁଡ଼ିକ ହୋଇଛି ତାହା ବ୍ୟବହାର ହୋଇ ପାରୁନାହିଁ। ଯେଉଁ ସବୁ ପାଇଖାନା ହୋଇଛି କେଉଁଠି କିଏ କାଠ ରଖିଲାଣି ତ କିଏ ଛେଳି ବାନ୍ଧିଲାଣି। ଏପରିକି ଅନେକ ବର୍ଷ ହେଲା କିଛି କିଛି ଗ୍ରାମରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ନହୋଇ ଭାଙ୍ଗି ରୁଜି ଯାଇଥିଲା ବେଳେ ବର୍ତ୍ତମାନ ଯେଉଁ ନୂଆ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories