www.samajalive.in
Saturday, December 13, 2025
26.1 C
Bhubaneswar

ଷ୍ଟେକ ହୋଲ୍ଡର ବୈଠକ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଦଭାବନ ଗୃହଠାରେ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆଇସିଏମ୍ଆର) ଭୁବନେଶ୍ୱର ତରଫରୁ ୟୁନିଭର୍ସାଲ ହେଲ୍‌ଥ କଭରେଜ(ଭିଏଚସି) ପ୍ରକଳ୍ପ ଆନୁକୂଲ୍ୟରେ ଏକ ଷ୍ଟେକ ହୋଲ୍ଡର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ତହସିଲଦାର ଗଣେଶ ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିତିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶ୍ରବଣ କୁମାର ସାହୁକାର, ଆଇସିଏମ୍ଆର ପ୍ରକଳ୍ପର ମୁଖ୍ୟ ଗବେଷକ ଡାକ୍ତର ଶ୍ରୀକାନ୍ତ କାନୁନଗୋ, ପ୍ରକଳ୍ପର ମୁଖ୍ୟ ଅଧିକାରୀ ଡାକ୍ତର ଅଂଜନ ବିଷୋୟୀ, ଭାରପ୍ରାପ୍ତ ଡାକ୍ତର ଚିନ୍ମୟ ଲିମା, ମାଝୀଗୁଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ତୀର୍ଥ ନାରାୟଣ ନାୟକ, ବଡତୋଡ୍ରରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବିବେକାନନ୍ଦ ମହାପାତ୍ର, ଡାକ୍ତର ସୌଭାଗ୍ୟ ହୁଈ, ଅନ୍ନପୂର୍ଣ୍ଣା ତାଣ୍ଡି ଅତିଥି ଭାବେ ମଞ୍ଚାସୀନ ରହିଥିଲେ । ପ୍ରଥମେ ସ୍ଥାନୀୟ ଭାରପ୍ରାପ୍ତ ଡାକ୍ତର ଲିମା ସ୍ୱାଗତ ଭାଷଣ, ପ୍ରକଳ୍ପର କାର୍ଯ୍ୟକାରିତା ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ବିଷୟରେ ଆଲୋକପାତ କରିଥିଲେ । ଯକ୍ଷ୍ମା ରୋଗର ନିରାକରଣ ଓ ଚିକିତ୍ସା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସବିଶେଷ ବିବରଣୀ ଦେଇଥିଲେ ।

ଉକ୍ତ ପ୍ରକଳ୍ପରରେ କିପରି ଭାବରେ ଯକ୍ଷ୍ମା ରୋଗର ନିରାକରଣ କରାଯାଇ ପାରିବ ତାହାବୁଝାଇଥିଲେ । ପ୍ରକଳ୍ପ ମାଧ୍ୟମରେ କିପରି ସବୁ ଲୋକଙ୍କ ପାଖରେ ପହଞ୍ଚା ଯାଇ ପାରିବି ଓ ଅନ୍ୟାନ୍ୟ ବିଭାଗର ଭାଗିଦାରିତା ଉପରେ ପ୍ରାଧାନ୍ୟ ଦେଇ ସ୍ୱାସ୍ଥ୍ୟ ସେବା ଓ ବିଭାଗର ବିଷୟରେ କହିଥିଲେ । ପ୍ରକଳ୍ପର ଲକ୍ଷ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଅବଗତ କରିବା ସହ ସ୍ୱାସ୍ଥ୍ୟ ତଥା ଅନ୍ୟ ସମସ୍ତ ବିଭାଗର ଅଧିକାରୀମାନଙ୍କର ମିଳିତ ଉଦ୍ୟମରେ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟଶିକ୍ଷା ବିଷୟରେ ଅତିଥିମାନେ ଆଲୋକପାତ କରିଥିଲେ। ଶେଷରେ ପ୍ରକଳ୍ପର ମୁଖ୍ୟ ଅଧିକାରୀ ଅଂଜନ ବିଷୋୟୀ ଏହାକୁ ସମ୍ପୂର୍ଣ୍ଣ ପରିଚାଳନା କରିବା ସହ ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାକୁଆଇ.ସି. ଏମ୍. ଆରର କର୍ମଚାରୀ ଇନ୍ଦୁରାଣୀ ସାଗର, ସନ୍ତୋଷ ସାହୁ, ରାଜେଶ ପଣ୍ଡା ସହଯୋଗ କରିଥିଲେ । ଏଥିରେ ଡାକ୍ତର, ଆଶା, ଅଙ୍ଗନୱାଡି କର୍ମୀ, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

- Advertisement -

ପ୍ରକାଶ ଥାଉକି, ୟୁଏଚସି ପ୍ରକଳ୍ପଟି ପ୍ରଥମ ଥର ପାଇଁ ରାୟଗଡା ଜିଲ୍ଲାରେ ଚାଲୁଛି । ଏଥିରେ ଯକ୍ଷ୍ମା, ମାତୃ ଶିଶୁ ସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସଫଳ ରୂପାୟନ ଉପରେ ପ୍ରାଧାନ୍ୟ ଦିଆଯାଉଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories