www.samajalive.in
Friday, December 12, 2025
16.1 C
Bhubaneswar

ହୋଲିରେ ଅଜବ ପରମ୍ପରା ; ରଙ୍ଗ ଖେଳି ଗଧରେ ବୁଲନ୍ତି ଜ୍ୱାଇଁ

ନୂଆଦିଲ୍ଲୀ : ହୋଲି ପର୍ବକୁ ଆଉ ଅଳ୍ପ ଦିନ ବାକି। ସାରା ଦେଶରେ ବେଶ ଆନନ୍ଦ ଉଲ୍ଲାସର ସହ ଏହାକୁ ପାଳନ କରାଯାଏ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ହୋଲି ଖେଳାଯାଇଥାଏ। ଏହା ହେଉଛି ହୋଲିର ଏକ ବିଶେଷତ୍ୱ। ଏଭଳି ଏକ ପରମ୍ପରା ଓ ଭିନ୍ନ ଶୈଳୀ ମହାରାଷ୍ଟ୍ରର ବୀଡ ଜିଲାରେ ଦେଖିବାକୁ ମିଳିଥାଏ। ଏଠାରେ ହୋଲି ଦିନ ଜ୍ୱାଇଁକୁ ଗଧରେ ବସାଇ ବୁଲାଇ ଥାଆନ୍ତି। ଖାସ୍‍ କଥା ହେଉଛି ପ୍ରାୟ ୮୦ ବର୍ଷରୁ ଅଧିକ ହେବ ଏଠାରେ ଏହି ପରମ୍ପରା ପାଳନ କରାଯାଉଛି। ଜାଣନ୍ତୁ କେଉଁ କାରଣରୁ ଏଠାରେ ଏହା ପାଳନ କରାଯାଏ।
ମହାରାଷ୍ଟ୍ରର ବୀଡ ଜିଲାର ଏକ ଗାଁରେ ଏହି ପରମ୍ପରା ପାଳନ କରାଯାଇଥାଏ। ଏଠାରେ ହୋଲି ଦିନ ଲୋକେ ନିଜ ନବ ବିବାହିତ ଜ୍ୱାଇଁଙ୍କୁ ନିମନ୍ତ୍ରଣ କରିଥାଆନ୍ତି। କିଛି ବର୍ଷ ହେବ ଏଠାରେ ହୋଲି ପୂର୍ବରୁ ନୂଆ କରି ବିବାହ କରିଥିବା ଜ୍ୱାଇଁଙ୍କୁ ଖୋଜି ଥାଆନ୍ତି। ସବୁଠାରୁ ନୂଆ ଜ୍ୱାଇଁଙ୍କ ସହ ଏହି ପରମ୍ପରା ପାଳନ କରାଯାଇଥାଏ। ହୋଲି ଦିନ ଜ୍ୱାଇଁଙ୍କୁ ଗଧ ଉପରେ ବସାଇ ରଙ୍ଗ ଲଗାଯାଇଥାଏ। ଏହାସହ ଉପହାର ମଧ୍ୟ ଦିଆଯାଇଥାଏ।
କୁହାଯାଉଛି, ପ୍ରାୟ ୮୦ ବର୍ଷ ପୂର୍ବେ ବୀଡ ଜିଲାର ଏକ ଗାଁରେ ଗୋଟିଏ ପରିବାର ଜଣେ ହୋଲିରେ ରଙ୍ଗ ଲଗାଇବାକୁ ରାଜି ହୋଇ ନଥିଲେ। ସେହି ସମୟରେ ତାଙ୍କ ଶ୍ୱଶୁର ରଙ୍ଗ ଲଗାଇବାକୁ ଅନୁରୋଧ କରିଥିଲେ। ସେ ଫୁଲରେ ସଜା ହୋଇଥିବା ଏକ ଗଧ ଆଣି ସେଥିରେ ତାଙ୍କ ଜ୍ୱାଇଁଙ୍କୁ ବସାଇ ଗାଁ ଗାଁ ବୁଲାଇ ଥିଲେ। ସେବେ ଠାରୁ ଏହି ପରମ୍ପରା ଆରମ୍ଭ ହୋଇଛି।
ଅନେକ ସମୟରେ ଏଠାରେ ମଜାରେ ଜ୍ୱାଇଁଙ୍କୁ ଗଧ ମଧ୍ୟ ଉପହାରରେ ଦେଇଥାଆନ୍ତି। ଏହାସହ ଏଠାକାର ହୋଲି ଅନେକ ସମୟରେ ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହୋଇଛି।
କେତେକ ସମୟରେ ଗାଁର ଜ୍ୱାଇଁ ଏଥିରୁ ରକ୍ଷା ପାଇଁ ଲୁଚି କରି ପଳାଇବାକୁ ଚେଷ୍ଟା କରିଥାଆନ୍ତି। ମାତ୍ର ଗ୍ରାମବାସୀ ସେମାନଙ୍କୁ ଖୋଜିବା ସହ ଆଣି ଗଧରେ ବସାଇ ଥାଆନ୍ତି। ଗତ ବର୍ଷ କରୋନା ମହାମାରୀ ପାଇଁ ଏହି ପରମ୍ପରା ପାଳନ କରାଯାଇନଥିଲା।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories