www.samajalive.in
Saturday, December 13, 2025
26.1 C
Bhubaneswar

ଆସନ୍ତା ମାସରେ ଶେଷ ହେବ ରେଖା, ସଚିନ୍‍ଙ୍କ ରାଜ୍ୟସଭା କାର୍ଯ୍ୟକାଳ

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ଭାବେ ବର୍ଷୀୟାନ ଅଭିନେତ୍ରୀ ରେଖା ଏବଂ ବିଶିଷ୍ଟ କ୍ରିକେଟ୍‍ ଖେଳାଳି ସଚିନ ତେନ୍ଦୁଲକରଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେବାକୁ ଯାଉଛି। ଏହାଦ୍ୱାରା ସୃଷ୍ଟି ହେବାକୁ ଥିବା ଖାଲି ଆସନ ଅକ୍ତିଆର କରିବା ଲାଗି ରାଜନୈତିକ ମହଲରେ ଏବେଠାରୁ ଉଦ୍ୟମ ଆରମ୍ଭ ହେଲାଣି।

ରାଜ୍ୟସଭା ୱେବ୍‍ସାଇଟ୍‍ରୁ ମିଳିଥିବା ସୂଚନା ମୁତାବକ ରେଖା ଖାଦ୍ୟ, ଖାଉଟି ବ୍ୟାପାର ଏବଂ ସାଧାରଣ ବଣ୍ଟନ ସମ୍ବନ୍ଧୀୟ କମିଟି ସହିତ ଜଡିତ ଥିଲେ। କିନ୍ତୁ ୬ ବର୍ଷର କାର୍ଯ୍ୟକାଳ ମଧ୍ୟରେ ରେଖା ଗୋଟିଏ ମଧ୍ୟ ବିଲ୍‍ ଆଗତ କରି ନ ଥିବା ବେଳେ କୌଣସି ପ୍ରଶ୍ନ ମଧ୍ୟ ଉତ୍‍ଥାପନ କରିନାହାନ୍ତି। ଅନ୍ୟପଟେ ଗୃହରେ କମ୍‍ ଉପସ୍ଥାନ ଯୋଗୁ ବିଭିନ୍ନ ସମୟରେ ସଚିନଙ୍କ ସହ ତାଙ୍କୁ ମଧ୍ୟ ସମାଲୋଚିତ ହେବାକୁ ପଡିଛି। ରେଖା ଏବଂ ସଚିନ ୨୦୧୨ରେ ରାଜ୍ୟ ସଭାକୁ ମନୋନୀତ ହୋଇଥିଲେ। ସେମାନଙ୍କ ମନୋନୟନକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଥିଲା। ରାଜ୍ୟସଭା ଆସନ ଗ୍ରହଣ କରିବା ନେଇ ସେଲିବ୍ରିଟିଙ୍କ ମନୋଭାବ କ’ଣ ତାହା ନ ଜାଣି ରାଜନୈତିକ ଦଳଗୁଡିକ ସେମାନଙ୍କୁ ମନୋନୀତ କରୁଛନ୍ତି ବୋଲି ଗୃହର ପୂର୍ବତନ ସଦସ୍ୟ ଜାଭେଦ ଅଖତାର ସେତେବେଳେ ମତ ଦେଇଥିଲେ। ଅନ୍ୟପକ୍ଷରେ ଉଭୟ ସଦସ୍ୟ ଗୃହରେ ବାରମ୍ବାର ଅନୁପସ୍ଥିତ ରହିବା ନେଇ ସମାଜବାଦୀ ପାର୍ଟି ନେତା ନରେଶ ଅଗ୍ରୱାଲ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏହି ଦୁଇ ସଦସ୍ୟ ନିଜ ପଦରୁ ଇସ୍ତଫା ଦେବା ଉଚିତ ବୋଲି ସେ କହିଥିଲେ। ରେଖା ଓ ସଚିନଙ୍କ ସମେତ ଗୃହର ଅନ୍ୟ ଜଣେ ମନୋନୀତ ସଦସ୍ୟ ତଥା ସମାଜସେବୀ ଅନୁ ଆଗ୍‍ଙ୍କ କାର୍ଯ୍ୟକାଳ ମଧ୍ୟ ଏପ୍ରିଲରେ ଶେଷ ହେବ। ଏହାଦ୍ୱାରା ଏପ୍ରିଲ ସୁଦ୍ଧା ରାଜ୍ୟ ସଭାରେ ୫୯ଟି ଆସନ ଖାଲି ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories