www.samajalive.in
Saturday, December 6, 2025
26.1 C
Bhubaneswar

ରୋଗୀଙ୍କୁ ଗୋଡ଼େଇ ଗୋଡ଼େଇ ବାଡ଼ାଇଲେ ଡାକ୍ତର

ଧର୍ମଗଡ଼: ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଜଣେ ଡାକ୍ତର ବାଡ଼ାଇଥିବା ଅଭିଯୋଗ ହୋଇଛି । ଏନେଇ ଏକ ଭିଡିଓ ସେସିଆଲ ମିଡ଼ିଆରେ ଭାଇରୋଲ ହେଉଛି । ଯେଉଁଥିରେ ଡାକ୍ତର ଜଣକ ରୋଗୀ ଜଣଙ୍କୁ ମାଡ଼ ମାରିବା ସହ ତଳେ ପକାଇଦେଉଛନ୍ତି । ଖାଲି ହାତରେ ନୁ​‌ହେଁ ଡାକ୍ତର ଜଣକ ଏକ ବଡ଼ ବାଡ଼ିରେ ମଧ୍ୟ ରୋଗୀ ଜଣଙ୍କୁ ବାଡ଼ାଉଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ଧର୍ମଗଡ଼ ସହରରେ ଉତ୍ତେଜନା ଲାଗି ରହିଛି । ଲୋକମାନେ ଡାକ୍ତରଙ୍କ ଗିରଫ ଦାବିରେ ଧର୍ମଗଡ଼-ରାୟପୁର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ସୂଚନା ମୁତାବକ ଧର୍ମଗଡ଼ ବସ୍ତିପଡ଼ାର ଜଣେ ଯୁବକ ପେଟ ବଥା ହେବାରୁ ଡାକ୍ତରଖାନା ଆସିଥିଲେ । ଯୁବକ ଜଣକଙ୍କ ପେଟରେ ଖୁବ୍‌ ଅଧିକ ଯନ୍ତ୍ରଣା ହେବାରୁ ସେ ଚିତ୍କାର କରିଥିଲେ । ହେଲେ ଡାକ୍ତର ଜଣକ କାହିଁକି ଚିତ୍କାର କରୁଛୁ ବୋଲି କହି ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି । ପରେ ସମ୍ପୃକ୍ତ ଅଞ୍ଚଳରେ ଏନେଇ ଉତ୍ତେଜନା ଲାଗି ରହିବାରୁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଡାକ୍ତରଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories