www.samajalive.in
Thursday, December 11, 2025
18.1 C
Bhubaneswar

ଲଇଡା ବଜାର ଉପ-ପ୍ରାଙ୍ଗଣ ଗୋଦାମ ଘର ନିର୍ମାଣରେ ଅନିୟମିତା ଅଭିଯୋଗ

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକର ଲଇଡା ଠାରେ ଧାନ କିଣାବିକା ସକାଶେ ସ୍ଥାପିତ ବଜାର ଉପ-ପ୍ରାଙ୍ଗଣ ପରିସର ରେ ସଂପ୍ରତି ଚାଲିଥିବା ଗୋଦାମ ଗୃହ ନିର୍ମାଣ କାମରେ ଅନିୟମିତତା ହେଉଥିବାର ଦେଖିବକୁ ମିଳିଛି। ଉନ୍ନୟନ କାମରେ ପାରଦର୍ଶିତା ଏବଂ ସ୍ୱଚ୍ଛତା ଆଣିବାକୁ ଯେକୌଣସି ପ୍ରକଳ୍ପ କାମ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ତିଆରି କରି ସେଥିରେ ସଂପୃକ୍ତ ପ୍ରକଳ୍ପର ବ୍ୟୟ ଅଟକଳ ଏବଂ ଆନୁସଙ୍ଗିକ ତଥ୍ୟ ଉଲ୍ଲେଖ କରିବାକୁ ସରକାର ନିର୍ଦେଶ ଜାରି କରିଛନ୍ତି। କିନ୍ତୁ ଲଇଡା ବଜାର ଉପ-ପ୍ରାଙ୍ଗଣର ଗୋଦାମ ଗୃହ କାମ ଅଧାରୁ ଅଧିକ ହୋଇସାରିଥିଲେ ହେଁ ସୂଚନା ଫଳକର ଦେଖା ନାହିଁ। ଫଳରେ ଗୋଦାମ ଗୃହ ନିର୍ମାଣ ପାଇଁ କେତେ ଟଙ୍କା ମଞ୍ଜୁର ହୋଇଛି ଲୋକେ ଜାଣି ପାରୁ ନାହାନ୍ତି।

 

- Advertisement -

ସିମେଣ୍ଟ କାମରେ ପର୍ଯ୍ୟାପ୍ତ ପାଣି କ୍ୟୁରିଂ କରିବା ଜରୁରୀ ହୋଇଥିବା ବେଳେ ପାଣି କ୍ୟୁରିଂ ଠିକ୍ ଭାବରେ କରାଯାଉ ନଥିବାର ଦେଖିବାକୁ ମିଳୁଛି। ଦିନକୁ ମାତ୍ର ୨/୩ଘଣ୍ଟା ପାଣି ସିଞ୍ଚନ କରି ଦେଇ ନିର୍ମାଣ କାମ ଚାଲିଥିବାର ଜଣାପଡିଛି। ଫଳରେ ଗୋଦାମ ଗୃହର ସ୍ଥାୟିତ୍ୱ ନେଇ ସନ୍ଦେହ ସୃଷ୍ଟି ହେଉଛି। ଏହା ବ୍ୟତୀତ ନିର୍ମାଣ କାମରେ ଶସ୍ତା ମୂଲ୍ୟ ସିମେଣ୍ଟ ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳୁଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories