କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଏସଏନଏଲ ସେବା ୩ଦିନ ୭୨ଘଣ୍ଟା ଧରି ଫେଲ ଥିବା ବେଳେ, ସରକାରୀ କାର୍ୟ୍ୟାଳୟ, ବ୍ୟାଙ୍କରେ ଓସ୍ୱାନ ବ୍ରଡ଼ବେଣ୍ଡ, ଇଣ୍ଟରନେଟ ସେବା ଅଚଳ ଥିବା ସହ ତହସିଲ, ସରକାରୀ କାର୍ୟ୍ୟାଳୟ, ସରକାରୀ କୋଷାଗାରରେ ସରକାରୀ କାର୍ଯ୍ୟ ବ୍ୟାଘାତ ହେବାରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ, ପ୍ରିପେଡ଼, ପୋଷ୍ଟ ପେଡ଼ ମୋବାଇଲସେବା ଫେଲ ଥିବା ଥିବା ଯୋଗୁ ଉପୋଭୋକ୍ତାଙ୍କ ମଧ୍ୟ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଵା ଲକ୍ଷ୍ୟ କରାଯାଇଛି।
ସ୍ଥାନୀୟ ଦୂର ସଞ୍ଚାର ନିଗମ ମଣ୍ଡଳ ଏକ୍ସଚେଞ୍ଜ ଜଣେ ଜୁନିୟର ଇଞ୍ଜିନିଅରରେ ଚାଲି ଥିବା ବେଳେ, ମାସର ଦ୍ବିତୀୟ ଶନିବାର ଓ ରବିବାର ଛୁଟି ଦିବସ ଥିବାରୁ ଟେଲିଫୋନ ଏକ୍ସଚେଞ୍ଜ ବନ୍ଦ ଥିବା ଯୋଗୁ ମଣ୍ଡଳ କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଯୋଗାଯୋଗ ହେଇ ପାରୁନାହିଁ. ତୁରନ୍ତ ଦୂର ସଞ୍ଚାର ଟିଡିଏମ ବିହିତ ପଦକ୍ଷେପ ନେବାକୁ ଦୃଢ଼ ଦାବୀ ହୋଇଛି।



