www.samajalive.in
Monday, December 8, 2025
24.1 C
Bhubaneswar

ଓଡ଼ିଆ ଚାଷୀ ତାଲିମ ନେଇ ବେଙ୍ଗାଲୁରୁରୁ ଫେରିଲେ

ସୁଆଣ୍ଡୋ: ଉନ୍ନତ ମାନର ବିହନ ଉତ୍ପାଦନ ଗୋଟିଏ ଲାଭଜନକ ଚାଷ । ବୈଜ୍ଞାନିକମାନେ କହନ୍ତି ଉନ୍ନତ ମାନର ବିହନ ଚାଷୀ ବ୍ୟବହାର କଲେ ତା’ର ରୋଜଗାର ୩ ଗୁଣ ବୃଦ୍ଧି ପାଇଥାଏ। ଉନ୍ନତ ବିହନ ଉତ୍ପାଦନ ପଦ୍ଧତି ଶିକ୍ଷା ଗ୍ରହଣ କରିବା ପାଇଁ ଓଡିଶାର ୧୯ ଜଣ ଅଗ୍ରଣୀ ଚାଷୀ ବେଙ୍ଗାଲୁରୁରେ ତାଲିମ ନେଇ ଫେରି ଆସିଛନ୍ତି । ଭୁବନେଶ୍ୱର ଆଇଗଣିଆ ସ୍ଥିତ କେନ୍ଦ୍ରୀୟ ଉଦ୍ୟାନ ପରିକ୍ଷଣ କେନ୍ଦ୍ର ବିହନ ପରିଯୋଜନା ପକ୍ଷରୁ ପ୍ରଧାନ ବୈଜ୍ଞାନିକ ଡ. ପି ଶ୍ରୀନିବାସଙ୍କ ତତ୍ୱାବଧାନରେ କୃଷକମାନେ ବେଙ୍ଗାଲୁରୁ ଯାଇଥିଲେ । ପୁରୀ ଜିଲା ସତ୍ୟବାଦୀରୁ ଚନ୍ଦନ କୁମାର ଖୁଣ୍ଟିଆ ଓ ନରୋତ୍ତମ ରାଉତଙ୍କ ସହିତ ନବରଙ୍ଗପୁର ବାଲିପାଟଣା ଏ ଖୋର୍ଦ୍ଧା ଜିଲାର ଚାଷୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ ।

ଦେଶର ସବୁଠାରୁ ଅଧିକ ଅମଳକ୍ଷମ ଉନ୍ନତ ମାନର ପନିପରିବା ବିହନ ଉତ୍ପାଦନ କରୁଥିବା ବେଙ୍ଗାଲୁରୁ ର ରାନିବେନୁର କେନ୍ଦ୍ରଠାରେ ସେମାନେ ତାଲିମ ନେଇଥିଲେ । ଏଠାରେ ହାଇବ୍ରିଡ ବିହନ ଉତ୍ପାଦନ କୌଶଳ, ଫସଲର ରୋଗପୋକ ନିୟନ୍ତ୍ରଣ, ଅମଳ ପଦ୍ଧତି ଓ ସଂରକ୍ଷଣ ସମ୍ବନ୍ଧରେ ଶିକ୍ଷାଦାନ କରା ଯାଇଥିଲା। ଏହି ଶିବିରରେ ଡ. ଏଚ ଏସ୍ ଓଘରା, ଡ. ବାଲକ୍ରିଷ୍ଣ ଓ ଡ. ନାଗା ଗୌଡା ବୈଜ୍ଞାନିକମାନେ ତାଲିମ ପ୍ରଦାନ କରିଥିଲେ । ବେଙ୍ଗାଲୁରୁ ଭାରତୀୟ ଔଦ୍ୟୋଗିକ ଗବେଷଣା ସଂସ୍ଥାନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା । ସଂସ୍ଥାନର ବୈଜ୍ଞାନିକମାନେ ଶିକ୍ଷାନବୀଶମାନଙ୍କୁ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରାଇ ପ୍ରାମାଣିକ ତଥ୍ୟ ସହିତ ବୁଝାଇଥିଲେ । ଆଇ ଆଇ ଏଚ ଆର ନିର୍ଦ୍ଦେଶକ ଡ. ବି ଏନ ଏସ୍ ଶ୍ରୀନିବାସ ମୂର୍ତ୍ତି କୃଷକମାନଙ୍କୁ ପ୍ରମାଣ ପତ୍ର ଦେଇଥିଲେ । ୭ ଦିନ ଧରି ଏହି ଶିବିର ଚାଲିଥିଲା । ସୂଚନାଯୋଗ୍ୟ, ଚନ୍ଦନ କୁମାର ଖୁଣ୍ଟିଆ ଜଣେ ଅଗ୍ରଣୀ ଚାଷୀ ଭାବେ ଜିଲାରେ ପ୍ରଶଂସିତ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories