www.samajalive.in
Sunday, December 14, 2025
14.1 C
Bhubaneswar

ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଡ. ପ୍ରମୋଦ ମିଶ୍ର

ସମ୍ବଲପୁର: ଦେଶର ପ୍ରଧାନମନ୍ତ୍ରୀ ଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ ମିଶ୍ର ସମ୍ବଲପୁର ଗସ୍ତରେ ଆସିଛନ୍ତି । ଡ. ମିଶ୍ର ନିଜେ ପାଠ ପଢ଼ିଥିବା ବିଦ୍ୟାଳୟର ପୁନଃ ନିର୍ମିତ ନୂତନ କୋଠାଘରକୁ ଉଦଘାଟନ କରି ଲୋକାର୍ପିତ କରିଛନ୍ତି । ଏହି ନବ ନିର୍ମିତ ବିଦ୍ୟାଳୟ କୋଠାରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଇ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଶ୍ରେଣୀ ଗୃହକୁ ଅତ୍ୟାଧୁନିକ ପ୍ରଯୁକ୍ତିରେ ଲେସ କରାଯାଇ ଡିଜିଟାଲ କରାଯାଇଛି । ଅତ୍ୟାଧୁନିକ ଟେକନିଲୋଜି ଜରିଆରେ ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ସାମ୍ବାଦିକ ମାନଙ୍କ ସହିତ କଥା ହେବା ସମୟରେ ଡ. ମିଶ୍ର କହିଛନ୍ତି ଯେ, ଆଜି ମୋର ଶୈଶବର କଥା ମନେ ପଡି ଯାଇଛି । ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ମାନଙ୍କ ସହିତ ଭେଟ ହୋଇ ବହୁତ ଖୁସି ଲାଗିଲା । ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଡିଜିଟାଲ ଟେକନିଲୋଜିର ବ୍ୟବହାର କରି ପାଠ ପଢ଼ୁଛନ୍ତି । ସମସ୍ତଙ୍କ ମଧ୍ୟରେ ନୂତନ ଟେକନୋଲୋଜିକୁ ଆପଣାଇ ଶିକ୍ଷା ଲାଭ କରିବାର ବେଶ ଉତ୍ସାହ ଦେଖିବାକୁ ମିଳୁଛି ।

- Advertisement -

ମୁଁ ମୋର ପ୍ରାଥମିକ ଶିକ୍ଷା ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ପଢ଼ିଛି । ଏହି ବିଦ୍ୟାଳୟରେ ମୋର ଶିକ୍ଷାର ପ୍ରଥମ ମୂଳଦୁଆ ପଡିଥିଲା । ପ୍ରାଥମିକ ଶିକ୍ଷାର ମୂଳଦୂଆ ଜୀବନରେ ସବୁକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଟେ । ଏବେ ଶିକ୍ଷା କ୍ଷେତ୍ରରେ ଅନେକ ଉନ୍ନତି ହୋଇଛି ଏବଂ ଡିଜିଟାଲ ମଧ୍ୟ ହୋଇଛି । କରୋନା ସଙ୍କଟ ସମୟରେ ଡିଜିଟାଲ ଶିକ୍ଷାର ମହତ୍ୱ ଜଣାପଡିଥିବା ବେଳେ ଆଗାମୀ ଦିନରେ ଏହାର ମହତ୍ୱ ଆହୁରି ବୃଦ୍ଧି ପାଇବ । ଡ. ମିଶ୍ର ନିଜର ଶୈଶବ ସମୟର ଶିକ୍ଷା ଉପରେ ମନେ ପକାଇ କହିଥିଲେ, ଆମର ସମୟରେ ଶିକ୍ଷାର ସେଭଳି ବିଶେଷ ସୁବିଧା ନ ଥିବା ବେଳେ ପୁସ୍ତକର ଅଭାବ ରହିଥିଲା । ତେବେ ଶିକ୍ଷକ ମାନେ ବିଦ୍ୟାର୍ଥୀ ମାନଙ୍କୁ ଭଲ ସଂସ୍କାର ଦେଉଥିଲେ । ଆଜିର ଛାତ୍ରଛାତ୍ରୀ ମାନେ ବେଶ ଭାଗ୍ୟଶାଳୀ, ସେମାନେ ନୂଆ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ସବୁ ପ୍ରକାରର ସୁବିଧା ମିଳୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଶିକ୍ଷା ବ୍ୟବସ୍ଥା ପାଇଁ ବେଶ ଜୋର ଦେଉଥିବା ବେଳେ ଗୁଣାତ୍ମକ ଶିକ୍ଷା ଉପରେ ତାଙ୍କର ଫୋକସ ରହିଛି । ଦେଶର ପ୍ରଗତିରେ ଶିକ୍ଷାର ବିଶେଷ ମହତ୍ୱ ରହିଛି । ନୂଆ ଟେକନୋଲୋଜି ସହିତ ଆର୍ଥିକ ବିକାଶ କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ିବାର ପ୍ରୟାସ ଆରମ୍ଭ ହୋଇଯାଇଛି । କରୋନା କାଳରେ ଭାରତ  ସହିତ ସାରା ବିଶ୍ୱ ନୂତନ ଦିଶାରେ ଆଗକୁ ବଢ଼ୁଛି । ଏବେ ଶିକ୍ଷା କ୍ଷେତ୍ରରେ ଆର୍ଟିଫିସିଆଲ ଇନ୍ଟିଲିଜେନ୍ସିର ବ୍ୟବହାର ହେଉଛି । ଏହାର ଲାଭ ଆଗାମୀ ବର୍ଷ ଗୁଡିକରେ ପ୍ରତିଫଳିତ ହେବ ବୋଲି ଡ. ମିଶ୍ର କହିଛନ୍ତି ।

ବ୍ରଜମୋହନ ପଟ୍ଟନାୟକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉଦଘାଟନୀ ଉତ୍ସବରେ ଏନଟିପିସିର ଚେୟାରମେନ ଗୁରଦୀପ ସିଂ, ସମ୍ବଲପୁର ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା, ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧରଙ୍କ ସମେତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ ଯେ, ଏହି ବିଦ୍ୟାଳୟଟି ୧୯୧୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏନଟିପିସିର ପାଣ୍ଠିରୁ ଏହାର ପୁନଃ ନିର୍ମାଣ କରାଯାଇ ଅତ୍ୟାଧୁନିକ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories