www.samajalive.in
Saturday, December 13, 2025
26.1 C
Bhubaneswar

ମୁମ୍ବଇରେ ପେଟ୍ରୋଲ ୯୦ ଟଙ୍କା ନିକଟତର

ନୂଆଦିଲ୍ଲୀ :ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଧାରା ପୁଣି ଆରମ୍ଭ ହେବାକୁ ଯାଉଛି। ୪ଦିନ ଧରି ଦର ଅବ୍ୟାହତ ରହିବା ପରେ ଏବେ ପୁଣି ରବିବାର ତୈଳ ଦରରେ ବୃଦ୍ଧି ଘଟିଛି। ଏଥିଯୋଗୁ ମୁମ୍ବଇରେ ପେଟ୍ରୋଲ ୯୦ ଟଙ୍କା ନିକଟତର ହୋଇଛି।
ନୂଆଦିଲ୍ଲୀଠାରେ ପେଟ୍ରୋଲ ଲିଟର ପିଛା ୧୭ ପଇସା ବୃଦ୍ଧି ଘଟି ୮୨ ଟଙ୍କା ୬୨ ପଇସା ଏବଂ ଡିଜେଲରେ ୧୦ ପଇସା ବୃଦ୍ଧିି ପାଇ ୭୩ ଟଙ୍କା ୯୭ ପଇସାକୁ ବୃଦ୍ଧି ଘଟିଛି। ଦେଶରେ ମୁମ୍ବଇରେ ପେଟ୍ରୋଲ ଲିଟର ସର୍ବାଧିକ ୮୯ ଟଙ୍କା ୯୭ ପଇସା ଛୁଇଁ ୯୦ ଟଙ୍କା ସ୍ତର ନିକଟତର ହୋଇଛି। ତେବେ ସେଠାରେ ଡିଜେଲ ଲିଟର ପିଛା ୭୮ ଟଙ୍କା ୫୩ ପଇସାରେ ପହଞ୍ଚିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୧୬ ପଇସା ବୃଦ୍ଧି ଘଟି ୮୧ ଟଙ୍କା ୪୮ ପଇସାରେ ପହଞ୍ଚିଛି। ଶନିବାର ଏହା ଲିଟର ପିଛା ୮୧ ଟଙ୍କା ୩୨ ପଇସା ରହିଥିଲା। ସେହିଭଳି ଆଜି ଡିଜେଲ ମୂଲ୍ୟରେ ଲିଟର ପିଛା ୧୦ ପଇସା ବୃଦ୍ଧିି ଘଟି ୭୯ ଟଙ୍କା ୪୨ ପଇସା ହୋଇଛି।
ଗତକାଲି ଏହା ଲିଟର ପିଛା ୭୯ ଟଙ୍କା ୩୨ ପଇସା ରହିଥିଲା। ତେବେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁ ଏଭଳି ଦର ବୃଦ୍ଧି ଘଟୁଛି। ବିଶେଷଜ୍ଞ କହିବାନୁଯାୟୀ, ଉଚ୍ଚତର ଉତ୍ପାଦ ଶୁଳ୍କ ଦେଶରେ ତୈଳ ଦରକୁ ଆଜି ଏଭଳି ସ୍ତରରେ ପହଞ୍ଚାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories