www.samajalive.in
Monday, December 8, 2025
24.1 C
Bhubaneswar

ରାଜଧାନୀରେ ଅଗ୍ନିକାଣ୍ଡ ; ୭ ମୃତ, ୩୦ ଘର ପୋଡି ପାଉଁଶ

ନୂଆଦିଲ୍ଲୀ : ଦିଲ୍ଲୀର ଗୋକଲପୁରୀ ଥାନା ଅନ୍ତର୍ଗତ ଗୋକଲପୁର ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୩୦ଟି ଝୁମ୍ପୁଡି ଘର ପୋଡି ପାଉଁଶ ହୋଇ ଯାଇଛି। କେତେକ ଆହତ ମଧ୍ୟ ହୋଇଛନ୍ତି।
ଉତ୍ତରପୂର୍ବ ଦିଲ୍ଳୀର ପୁଲିସଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,ଗୋକଲପୁରୀ ଥାନା ଅଞ୍ଚଳରେ ରାତି ପ୍ରାୟ ୧ଟା ସମୟରେ ନିଆଁ ଲାଗି ଥିବା ନେଇ ଖବର ମିଳିଥିଲା। ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇଯାଇଥିଲା। ପ୍ରାୟ ୧୩ଟି ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଥିଲେ। ଭୋର ୪ ଟା ଯାଏଁ ନିଆଁ ଲିଭାଇବାକୁ ଅକ୍ଲାନ୍ତ ପରିଶ୍ରମ କରାଯାଇଥିଲା। ଏହାସହ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଥିବା ବେଳେ ଘଟଣାର ତଦନ୍ତ କରାଯାଉଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସକାଳେ ଏହି ଘଟଣା ବିଷୟରେ ଶୁଣି ଖୁବ ଦୁଃଖିତ ଓ ଉକ୍ତ ସ୍ଥାନକୁ ଯାଇ ପିଡୀତଙ୍କୁ ଓ ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟିବେ ବୋଲି ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories