www.samajalive.in
Monday, December 8, 2025
24.1 C
Bhubaneswar

ବରିଷ୍ଠ ଆଇନଜୀବୀଙ୍କ ଟ୍ରକ ଧକ୍କାରେ ମୃତ୍ୟୁ

ସମ୍ବଲପୁର : ସମ୍ବଲପୁର ସହରର ବରିଷ୍ଠ ଆଇନଜୀବୀ ଉମେଶ ପଧାନଙ୍କ ସର୍ଲ। ଛକରେ ଟ୍ରକ ଧକ୍କାରେ ମୃତ୍ୟୁ ଘଟିଛି।  ପ୍ରତିଦିନ ପରି ଉମେଶ ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିବା ସମୟରେ ଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୄତ୍ୟୁ ହୋଇଥିଲା । ଏହି ଛକରେ ଷ୍ପିଡ ବ୍ରେକର ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଏନେଇ ଆଜି ଦେଖାଦେଇଥିଲା ଉତ୍ତେଜନା ପରିସ୍ଥିତି ସହ ଜନ ଉତ୍ତେଜନା।
ଆଉ ଦୁର୍ଘଟଣାରେ ବରିଷ୍ଠ ଆଇନଜୀବୀଙ୍କ ମୄତ୍ୟୁ ପରେ  ଘଟଣା ସ୍ଥଳରେ ଦୁର୍ଘଟଣା ଘଟାଇଥିବା ଟ୍ରକରେ ନିଆ ଲଗାଇ ଦେବା ଭଲି ପରିସ୍ଥିତି ଉପୁଜିଥିଲା । ସ୍ଥାନୀୟ ଲୋକେ ନିଆଁ ଲଗାଇଦେଇଥିବା ଦେଖାଦେଇଥିଲା । ତେଣେ ଘଟଣା ସ୍ଥଳରେ ସମ୍ବଲପୁର ଅଗ୍ନିକାଣ୍ଡ କାଯ୍ୟାଳୟର ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ୱ କରିଥିଲେ । ଘଟଣା ସ୍ଥଳରେ ସମ୍ବଲପୁର ଅତିରିକ୍ତ ଏସପି ତପନ ମହାନ୍ତିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ତେବେ ଏହି ଛକରେ ଯଥାଶୀଘ୍ର ଷ୍ପିଡ ବ୍ରେକର ନିର୍ମାଣ ନକଲେ ଆଗକୁ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି  ଅଞ୍ଚଳ ବାସିନ୍ଦା ଚେତାବନୀ ଦେଇଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories