ଧାମରା : ଧାମରା ସ୍ଥିତ କଲାମଦ୍ୱୀପରୁ ଆଜି ରାତି ୦୮.୦୪ ମିନିଟରେ ଆଡଭାନ୍ସ ଏୟାର ଡିଫେନ୍ସ ମିସାଇଲର ସଫଳ ପରୀକ୍ଷଣ ହୋଇଯାଇଛି। ଆଡଭାନ୍ସ ଏୟାର ଡିଫେନ୍ସ ମିସାଇଲର ଏକ ସଂସ୍କରଣ । ରବିବାର ରାତି ୦୮ଟା ସମୟରେ ସମୁଦ୍ର ମଧ୍ୟରୁ ଏକ ଜାହାଜରୁ ମିସାଇଲ ଆକାଶ ମାର୍ଗକୁ ଛଡା ଯାଇଥିଲା। ଏହି ମିଶାଇଲ ଛଡାଯିବାର ୪ମିନିଟ ଅର୍ଥାତ ରାତି ୦୮.୦୪ ମିନିଟ ସମୟରେ ଧାମରାରେ ଥିବା କଲାମ ଘାଟିର ୪ ନଂ ଲଞ୍ଚ ପ୍ୟାଡରୁ ଏକ ଆଡ(ଆଡଭାନ୍ସ ଏୟାର ଡିଫେନ୍ସ ମିସାଇଲ) ଜାହଜରୁ ଛଡା ହୋଇଥିବା ମିସାଇଲକୁ ଲକ୍ଷ୍ୟ କରି ଛଡା ଯାଇଥିଲା। ଫଳରେ ଏହା ପ୍ରଥମ ମିସାଇଲ ଲକ୍ଷ୍ୟଭେଦ କରିଥିଲା ବୋଲି ପ୍ରତିରକ୍ଷା ବିଭାଗ ନିକଟରୁ ପ୍ରକାଶ ପାଇଛି। ଆଜିର ଏହି ପରୀକ୍ଷଣକୁ ପାରାଦ୍ୱୀପ ଏବଂ କୋଣାର୍କରେ ଅବସ୍ଥାପିତ ହୋଇଥିବା ରାଡାର ଏହାର ଗତିବିଦ୍ଧିକୁ ଲକ୍ଷ୍ୟ କରିଥିଲା। କାଲାମ ଦ୍ୱୀପରେ ଥିବା ପ୍ରତିରକ୍ଷା ବିଭାଗର ବରିଷ୍ଠ କର୍ମକର୍ତ୍ତାଙ୍କ ଠାରୁ ପ୍ରକାଶ ଯେ ଆଜିର ଏହି ପରୀକ୍ଷଣ ସଫଳ ହୋଇଛି। ଏହି ମିସାଇଲ ଓଜନ ୧୨ଟନ ହୋଇଥିବା ବେଳେ ଓସାର ୧ଫୁଟ ୮ଇଞ୍ଚ ରହିଛି। ଏହାର ନିିର୍ଦ୍ଧାରିତ ଗତି ଘଣ୍ଟାକୁ ୩୪୨୨ମାଇଲ ଥିବାବେଳେ ଏହା ୧୨୦କ.ମି ଦୂରତା ଅତିକ୍ରମ କରିବା ସହ ଏହି ମିସାଇଲ ଏକ ପର୍ଯ୍ୟାୟ ବିଶିଷ୍ଟ କଠିନ ଇନ୍ଧନ ଦ୍ୱାରା ଚାଳିତ। ଭାରତୀୟ ଜ୍ଞାନ କୌଶଳରେ ପ୍ରସ୍ତୁତ କରାଯାଇଥିବା ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଭାରତ ଡାଇନାମିକ୍ସ ଲିିମିଟେଡ ଦ୍ୱାରା ନିିର୍ମିତ କରାଯାଇଛି। ଏହି ମିସାଇଲ ଅନ୍ତଃମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ହୋଇଥିବାରୁ ଏହା ଅନ୍ୟ ଶତ୍ରୁ ରାଜ୍ୟରୁ ଆସୁଥିବା ସମସ୍ତ କ୍ଷେପଣାସ୍ତ୍ର ଗୁଡିକୁ ଖୁବ ସହଜରେ ମୁକାବିଲା କରିବା ସହ ଧଂସ କରିପାରିବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଆଡଭାନ୍ସ ଏୟାର ଡିଫେନ୍ସ ମିସାଇଲ ୧୮ଥର ପରୀକ୍ଷଣ କରାଯାଇସାରିଥିଲେ ମଧ୍ୟ ୧୬ ଥର ସଫଳ ପରୀକ୍ଷଣ ହୋଇଥିବା ବେଳେ ୨ଥର ବିଫଳ ହୋଇଛି। ଆଜିର ଏହି ପରୀକ୍ଷଣ ସମୟରେ ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ)ର ଓଡିଆ ନିର୍ଦେଶକ ବିନୟ କୁମାର ଦାସଙ୍କ ସମେତ ବହୁ ବରିଷ୍ଠ ବୈଞାନିକଙ୍କ, ବହୁ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ଏଠାରେ ଉଲ୍ଲେଖ ଯୋଗ୍ୟ ପାଗ ଖରାପ ଥିବାରୁ ୩ ଦିନ ହେବ ଆରମ୍ଭ ହୋଇଥିବା ପରୀକ୍ଷଣ ଶେଷ ମୁହୁର୍ତରେ ଅର୍ଥାତ ଆଜି ରାତି ୦୮.୦୪ ମିନିଟରେ ଶେଷ ହୋଇଛି।
Popular Categories



