www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ୟାମ ମେଟାଲିକ୍ସରେ ସୁରକ୍ଷା ସପ୍ତାହ ଉଦ୍‍ଯାପିତ

ରେଙ୍ଗାଲି: ରେଙ୍ଗାଲି ବ୍ଲକର ପଣ୍ଡଲୋଇ ଟାରେ ଥିବା ଶ୍ୟାମ ମେଟାଲିକ୍ସରେ ଚାଲିଥିବା ସୁରକ୍ଷା ସପ୍ତାହ ଉଦ୍‍ଯାପିତ ହୋଇଛି। ଉଦ୍‍ଯାପନି ସମାରୋହରେ ସମ୍ବଲପୁର ଏ.ଡି.ଏମ୍‍ ଉମାକାନ୍ତ ରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସୁରକ୍ଷା ଏବଂ ନିରାପତ୍ତାର ଗୁରୁତ୍ୱ, ଏହାର ଆବଶ୍ୟକତା ଏବଂ ଉପକାରିତା ଉପରେ ଆଲୋକପାତ କରିଥିଲେ। କାରଖାନାର ନିର୍ଦ୍ଦେଶକ ଡିକ.ତିଓାରୀ ତାଙ୍କ ଅଭିଭାଷଣରେ କମ୍ପାନୀ ପକ୍ଷରୁ କର୍ମଚାରୀମାନଙ୍କ ସୁରକ୍ଷାଏବଂ ନିରାପତ୍ତା ଉପରେ କିପରି ପ୍ରଧାନ୍ୟ ଦିଆଯାଉଛି ଉଲ୍ଲେଖ କରି କାର୍ଯ୍ୟକ୍ଷେତ୍ରରେ ସର୍ବଦା ସୁରକ୍ଷା ନିୟମକୁ କଡାକଡି ଭାବରେ ପାଳନ କରିବାକୁ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ସଂକ୍ରାନ୍ତରେ ସଭାପତି ବି.ସି ବର୍ମନ, କମ୍ପାନୀ ମେନେଜର ସ୍ୱରୁପ ବାନାର୍ଜି, ମାନବ ସମ୍ବଳ ଅଧିକାରୀ ବି.ସି ପଣ୍ଡା, ପ୍ରଦୀପ ବାନାର୍ଜି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ।

ସୁରକ୍ଷା ସପ୍ତାହ ଉପଲକ୍ଷେ କାରଖାନର କର୍ମଚାରୀମାନଙ୍କ ପକ୍ଷରୁ ନୁକ୍କଡ ନାଟକ ‘ଜୀବନ’ ପରିବେଷଣ କରଯାଇଥିବା ବେଳେ କର୍ମଚାରୀମାନଙ୍କ ମଧ୍ୟରେ ସୁରକ୍ଷା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉଦ୍‍ଯାପନି କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସୁରଜିତ ବଡପଣ୍ଡା, ଇନ୍ଦ୍ରଜିତ ସିଂ, ରାଜେଶ ତିଓାରି, ଅମିୟ ମିଶ୍ର ପ୍ରମୁଖଙ୍କ ତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଲିତ ହୋଇଥିଲା। ଧରନୀ ଧର ନାଥ, ସଞ୍ଜିବ ବେହେରା, ତନଦ୍ମୟ ପଟେଲ, ରୋହିତ ନାଏକ, ରାଜେଶ ମି.ଶୋରଜିତ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories