www.samajalive.in
Sunday, December 14, 2025
26.1 C
Bhubaneswar

ନାଏବ ସରପଞ୍ଚ ନିର୍ବାଚନ ସମୟରେ ଉତ୍ତେଜନା; ପୁଲିସ ସହ ଜନତା ମୁହାଁମୁହିଁ , ୧୩ ଗିରଫ

ପାଟଣା: କେନ୍ଦୁଝର ଜିଲା ସାହାରପଡା ବ୍ଲକ ରାଇଡିହା ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ସମୟରେ ପଞ୍ଚାୟତ ପରିସର ବାହାରେ ଉତ୍ତେଜନା ଦେଖାଦେଇଥିଲା। ନାଏବ ସରପଞ୍ଚ ପାଇଁ ଆଶାୟୀ ୱାଡ ସଭ୍ୟ ନମିତା ମହାନ୍ତ ୭ ଜଣ ୱାଡ ସଭ୍ୟଙ୍କୁ ନେଇ ଏକ ଗାଡ଼ିରେ ପଞ୍ଚାୟତର ପ୍ରବେଶପଥ ରାସ୍ତାରେ ଗାଡ଼ି ଠିଆ କରିବା ସମୟରେ ସରପଞ୍ଚଙ୍କ ଗୋଷ୍ଠୀ ଓ ୱାର୍ଡ ସଦସ୍ୟାଙ୍କ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଣ୍ଡଗୋଳ ସମୟରେ ଜଣେ ମହିଳା ୱାର୍ଡ ସଦସ୍ୟାଙ୍କ ଦେଢ଼ ବର୍ଷ ର କୁନି ଝିଅ ତଳେ ଖସି ପଡିଥିଲା। ସେଠାରୁ ସାହାରପଡ଼ା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ ଶିଶୁ କନ୍ୟାଟିକୁ ଉଦ୍ଧାର ଚେଷ୍ଟା କରୁଥିବା ବେଳେ ଆକ୍ରମଣକାରୀଙ୍କ ଶିକାର ହୋଇଥିଲେ ଏବଂ ତାଙ୍କର ଗୋଟିଏ ହାତ ଭାଙ୍ଗି ଥିବା କୁହାଯାଉଛି। ଉଭୟ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିବା ବେଳେ ପୁଲିସ ପରିସ୍ଥିତି ନିୟନ୍ତ୍ରଣ କରୁଥିବା ସମୟରେ ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚଙ୍କ ସହ ଅନ୍ୟ ଜଣେ ମହିଳା ଏପିଆର୍ ଓ ଫାଣ୍ଡିର ୫ଜଣ ପୁଲିସ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରି ସ୍ଥିତି ଉପରେ ନଜର ରଖିଛନ୍ତି।

ସୂଚନା ଯୋଗ୍ୟ ଯେ ନବ ନିର୍ବାଚିତ ସରପଞ୍ଚ ବିଜୁ ନାଏକ ୱାର୍ଡ ସଦସ୍ୟା ସେବତୀ ମହାନ୍ତଙ୍କୁ ନାଏବ ସରପଞ୍ଚ କରିବାକୁ ଚାହୁଁଥିବା ବେଳେ ପଞ୍ଚାୟତର ବହୁ ଲୋକ ନମିତା ମହାନ୍ତଙ୍କୁ ନାଏବ ସରପଞ୍ଚ କରିବାକୁ ଚାହୁଁଥିଲେ। ନମିତା ମହାନ୍ତ ଓ ତାଙ୍କ ସମର୍ଥନରେ ଥିବା ୱାର୍ଡ ସଦସ୍ୟ ଙ୍କୁ ପଞ୍ଚାୟତ ରେ ପୁରାଇ ନଦେବା ପାଇଁ ଆଗରୁ ଯୋଜନା ଥିବା ବେଳେ ଏନେଇ ପୁଲିସ ମଧ୍ୟ ସେଠାରେ ପୂର୍ବରୁ ମୁତୟନ ଥିଲା। ତେବେ ନମିତା ମହାନ୍ତ ଆଜି ନାଏବ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି।
ଗଣ୍ଡଗୋଳରେ ପାଖାପାଖି ୭୦୦ ରୁ ଉର୍ଦ୍ଧ ଲୋକ ଉପସ୍ଥିତ ଥିବା ଦେଖାଯାଇଥିବା ବେଳେ ଯେଉଁମାନେ ଆଇନ ଶୃଙ୍ଖଳା ଭଙ୍ଗ କରି ପୁଲିସ ଉପରକୁ ଆକ୍ରମଣ କରିଛନ୍ତି ସେମାନଙ୍କ ବିରୁଦ୍ଧ ରେ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଛି। ଗଣ୍ଡଗୋଳ ମାମଲାରେ ପୁଲିସ ରାଇଡିହା ପଞ୍ଚାୟତ ଅଞ୍ଚଳରୁ ୧୩ ଜଣଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ କଟୁପଦା ଓ ମେଦିନୀପୁର ଗ୍ରାମର ବୋଲି ଜଣାପଡିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories