www.samajalive.in
Saturday, December 13, 2025
26.1 C
Bhubaneswar

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ରେଙ୍ଗାଲିକେମ୍ପ୍:ଅତାବିରା ବ୍ଲକ ଅନ୍ତର୍ଗତ ହୀର୍ଲିପାଲି ନିକଟସ୍ଥ କୁତୁରିଟିକ୍ର ରେ ଆଜି ଏକ ଯୁବକର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିକରିଛି। ଘଟଣାଟି ଘଟିଯାଇଛି ଟାଙ୍ଗରପାଲି ରୁପପଙ୍ଗାକୁ ଯାଇଥିବା ମୁଖ୍ୟ କେନାଲ ଓ ଟୋପକୁ ଯାଇଥିବା ଶାଖା କେନାଲର ଠିକ ମଝିରେ। ପୁଲିସ ସୂତ୍ରରୁ ଜଣାପଡିଛି ଯେ ମୃତ ଯୁବକ ହେଲେ କୁତ୍ରିଟିକ୍ରାର ଦିବାକର ବନଛୋରଙ୍କ ପୁଅ ମୀନକେତନ ବନଛୋର୍(୨୫)। ଗତକାଲି ଉକ୍ତ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିଲା। ତେଣୁ ମୀନକେତନର ପରିବାର ବର୍ଗ ବରଯାତ୍ରୀ ସହ ତାଙ୍କ ପୁଅ ଯାଇଥିବ ଭାବିଥିଲେ। କିନ୍ତୁ ବରଯାତ୍ରୀ ଦଳ ଫେରିବା ପରେ ମଧ୍ୟ ସକାଳ ୧୦ ଟା ପର୍ଯ୍ୟନ୍ତ ପୁଅ ଘରକୁ ଫେରି ନଥିଲା, ଯାହା ଫଳରେ ତାକୁ ଖୋଜିବା ଆରମ୍ଭ କରିଥିଲେ। ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥିଙ୍କ ଘରେ ଖୋଜିଥିଲେ ବି ତାଙ୍କର ଖୋଜଖବର ପାଇନଥିଲେ। ଏମିତି ଖୋଜାଖୋଜି ଚାଲୁ ରହିଥିବା ବେଳେ ଗ୍ରାମର କିଛି ଲୋକ ମୁଖ୍ୟ କେନାଲରେ ଗୋଟିଏ ଆଂଶିକ ଭାବରେ ବୁଡି ରହିଥିବା ବାଇକକୁ ଦେଖି ପାଣିରୁ ବାହାର କରିଥିଲେ। ଗାଡ଼ିକୁ ଦେଖି ସେମାନେ ତାହା ମୀନକେତନର ବୋଲି ନିଶ୍ଚିତ ହୋଇ ତାର ମୋବାଇଲକୁ ଯୋଗାଯୋଗ କରିଥିଲେ। କିନ୍ତୁ ମୋବାଇଲଟି ବନ୍ଦ ଥିଲା। ବାଇକରେ ଚାବି ଲାଗି ନଥିଲା।

ଏହା ପରେ କେନାଲ ଭିତରେ ତାକୁ ଖୋଜିବା ଆରମ୍ଭ କରିଥିଲେ। ତେବେ କେନାଲରେ ଅନାବନା ଗଛ ଓ ଘାସ ଭିତରେ ମୁଣ୍ଡ ତଳକୁ ହୋଇ ତାଙ୍କର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ସେଠାରୁ ତାଙ୍କର ମୃତଦେହ ଉଦ୍ଧାର କରି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଅତାବିରା ଥାନାର ଏସଆଇ ସୁଷମା ପଶାୟତ ତଥା ପୁଲିସ ଦଳ ଘଟଣା ସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇ ଥିଲେ। ସମ୍ବଲପୁରର ବୈଜ୍ଞାନିକ ଦଳ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି। ଏହି ଘଟଣା କୁ ନେଇ ମୃତ ମୀନକେତନର ଜଣେ ସମ୍ପର୍କୀୟ ଦିନକରନ୍ ବଞ୍ଛୋର ଅତାବିରା ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ମୀନକେତନର ମୃତ୍ୟୁର ପ୍ରକୃତ ରହସ୍ୟ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଉନ୍ମୋଚନ ହେବ ବୋଲି ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories