www.samajalive.in
Thursday, December 11, 2025
15.1 C
Bhubaneswar

ପ୍ରମଥଚନ୍ଦ୍ର-କେଶବାନନ୍ଦ ସ୍ମାରକୀ କ୍ରିକେଟ ଉଦ୍‍ଯାପିତ, ଦେଓଗାଁ କ୍ଲବ୍‍ ଚାମ୍ପିଅନ୍‍

ଆଠଗଡ: ଉତ୍ତରାଚଣ୍ଡି କ୍ରିକେଟ କ୍ଲବ ଆନୁକୁଲ୍ୟରେ ଆଠଗଡ ମହୋତ୍ସବ ପଡିଆରେ ଚାଲିଥିବା ଦ୍ବିତୀୟ ବାର୍ଷିକ ପ୍ରମଥଚନ୍ଦ୍ର ମିଶ୍ର-କେଶବାନନ୍ଦ ମହାନ୍ତି ସ୍ମାରକୀ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ରାତିରେ ଉଦ୍‍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଦେଓଗାଁ କ୍ରିକେଟ କ୍ଲବ ଓ ମହାଳପଡା କ୍ରିକେଟ କ୍ଲବ ପରସ୍ପରକୁ ଭେଟିଥିବାବେଳେ ମହାଳପଡାକୁ ହରାଇ ଦେଓଗାଁ କ୍ଲବ ଚାମ୍ପିଅନ୍‍ ଆଖ୍ୟା ଅର୍ଜନ କରିଛି। ପ୍ରଥମେ ବ୍ୟାଟିଂ କରି ଦେଓଗାଁ କ୍ରିକେଟ କ୍ଲବ ଗୁଡୁ ନନ୍ଦଙ୍କ ବିସ୍ଫୋରକ ୨୪ବଲ୍‍ରୁ ୮୫ରନ୍‍ ସହାୟତାରେ ନିର୍ଦ୍ଧାରିତ ୧୦ ଓଭରରେ ୬ୱିକେଟ ହରାଇ ୧୨୨ରନ୍‍ ସଂଗ୍ରହ କରିଥିଲା। ୧୨୩ରନ୍‍ ବିଜୟଲକ୍ଷ୍ୟର ଅନୁଧାବନ କରି ମହାଳପଡା କ୍ରିକେଟ କ୍ଲବ ନିର୍ଦ୍ଧାରିତ ୧୦ ଓଭରରେ ୪ ୱିକେଟ ହରାଇ ୧୧୬ରନ୍‍ ସଂଗ୍ରହ କରିବାରେ ସକ୍ଷମ ହେବାରୁ ୬ରନ୍‍ ବ୍ୟବଧାନରେ ପରାଜୟ ବରଣ କରିଥିଲା।

 

- Advertisement -

ଗୁଡୁ ନନ୍ଦ ମ୍ୟାନ ଅଫ ଦି ମ୍ୟାଚ ଓ ସେହି ଦେଓଗାଁ ଦଳର ଚମିରା ଦାସ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ ହୋଇଥିଲେ। ଉଦ୍‍ଯାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଏବଂ ସ୍ୱର୍ଗତ ପ୍ରମଥଚନ୍ଦ୍ର ମିଶ୍ରଙ୍କ ଧର୍ମପତ୍ନୀ ସଂଯୁକ୍ତା ମିଶ୍ର ଓ ବିଜେଡି ନଗରପାଳ ପ୍ରାର୍ଥିନୀ ସସ୍ମିତା ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‍ବୋଧନ ଦେବା ସହ ଚମ୍ପିଆନ ଓ ରନର୍ସଅପ ଦଳକୁ ଟ୍ରଫି ଓ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ। ସୌମ୍ୟରଞ୍ଜନ ଭଞ୍ଜ ଓ ପାୟଲ ବର୍ମା ଫାଇନାଲ ମ୍ୟାଚକୁ ପରିଚାଳନା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories