www.samajalive.in
Wednesday, December 10, 2025
16.1 C
Bhubaneswar

ଆତଙ୍କବାଦ ଏବଂ ଶାନ୍ତି ଏକାଠି ହୋଇପାରିବେ ନାହିଁ : ବିପିନ ରାୱତ

ନୂଆଦିଲ୍ଲୀ : ଆମେରିକାର ନ୍ୟୁୟର୍କ ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ପାକିସ୍ତାନ ମନ୍ତ୍ରିସ୍ତରୀୟ ବୈଠକ ରଦ୍ଦ ହେବାପରେ ପରେ ସେନା ମୁଖ୍ୟ ବିପିନ ରାୱତ ନିଜର ମତ ଦେଇଛନ୍ତି। ସେନା ମୁଖ୍ୟ ରାୱତ କହିଛନ୍ତି, ଆମ ସରକାରଙ୍କ ନୀତି ଅନୁସାରେ ଆତଙ୍କବାଦ ଏବଂ ଶାନ୍ତି କେବେ ବି ଏକାଠି ହୋଇପାରିବେ ନାହିଁ। ତେଣୁ ପାକିସ୍ତାନ ପ୍ରଥମେ ନିଜର ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ କରିବାପରେ ହିଁ ଆଲୋଚନା ହୋଇପାରିବ। ସେ ଆହୁରି କହିଛନ୍ତି, ପାକିସ୍ତାନ ସବୁବେଳେ କହିଆସିଛି ଆମେ ଆତଙ୍କବାଦକୁ ପ୍ରଶୟ ଦେଉନାହୁଁ। କିନ୍ତୁ, ପାକିସ୍ତାନର ସୀମାନ୍ତ ଅଞ୍ଚଳ କିମ୍ବା ଦେଶ ମଧ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି। ଆଲୋଚନାକୁ ରଦ୍ଦ କରିବା ସରକାରଙ୍କ ନିଷ୍ପତ୍ତି ବୋଲି ରାୱତ କହିଛନ୍ତି। ବିପିନ ରାୱତଙ୍କ ମତରେ, ମୁଁ ଏହି ନିଷ୍ପତ୍ତିରେ ସହମତି କାରଣ ଆତଙ୍କବାଦ ଥିବା ସ୍ଥାନରେ ଶାନ୍ତିର କଥାବାର୍ତ୍ତା ହୋଇପାରିବ ନାହିଁ।
ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରେ ଦୁଇଜଣ ପୁଲିସ କର୍ମଚାରୀଙ୍କ ହତ୍ୟା ଏବଂ ପୋଷ୍ଟ ଷ୍ଟାମ୍ପ ଆତଙ୍କବାଦୀ ବୁରହାନୱାନିଙ୍କ ଫଟୋଚିତ୍ର ରହିବାକୁ ନେଇ ଭାରତ ଏହି ଆଲୋଚନାର ରଦ୍ଦ କରିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories