www.samajalive.in
Sunday, December 14, 2025
23.1 C
Bhubaneswar

ୟୁପିରେ କେମିତି ଜିତିଲା ବିଜେପି

ନୂଆଦିଲ୍ଲୀ : କ୍ରମାଗତ ଦ୍ବିତୀୟ ଥର ପାଇଁ ବିଜେପି ଉତ୍ତରପ୍ରଦେଶରେ କ୍ଷମତା ଦଖଲ କରି ରାଜ୍ୟ ରାଜନୀତିରେ ଇତିହାସ ସୃଷ୍ଟି କରିଛି। ରାଜ୍ୟରେ ବିଜେପିର ଏହି ବିଜୟ ପଛର ପ୍ରମୁଖ ସଫଳତାଗୁଡିକ ହେଲା ୧- ମନ୍ଦିର ନିର୍ମାଣ- ରାମ ମନ୍ଦିର ନିର୍ମାଣ ଓ କାଶୀ ବିଶ୍ବନାଥ କରିଡରର ନିର୍ମାଣ ରାଜ୍ୟର ହିନ୍ଦୁ ଭୋଟରଙ୍କୁ ବିଜେପି ପ୍ରତି ଆକୃଷ୍ଟ କରିବାରେ ସଫଳ ହୋଇଥିଲା। ୨୦୧୯ ନଭେମ୍ବରରେ ସୁପ୍ରିମକୋର୍ଟ ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମି ସ୍ଥଳକୁ ହିନ୍ଦୁ ଟ୍ରଷ୍ଟକୁ ଦେବାକୁ ରାୟ ଦେଇଥିଲେ। ଫଳରେ ଏଠାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ସାରା ଦେଶରୁ ୧୦୦୦ କୋଟିରୁ ଅଧିକ ପାଣ୍ଠି ସଂଗ୍ରହ ସହିତ ମନ୍ଦିରର ଶିଳାନ୍ୟାସ କରିଥିଲା। ସେହିପରି ବାରାଣସୀର କାଶୀ ବିଶ୍ବନାଥ କରିଡର ନିର୍ମାଣ କରି ବିଜେପି ରାଜ୍ୟରେ ହିନ୍ଦୁ ଓ ସାଧୁସନ୍ଥଙ୍କ ମନ ଜିଣିଥିଲା। ୨- ବୁଲଡୋଜର ବାବା ଆକ୍ଷେପ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୁଲଡୋଜର ବାବା ବୋଲି ଆକ୍ଷେପ କରି ସମାଜବାଦୀ ପାର୍ଟି ସମାଲୋଚନା କରିଥିଲା। ମାତ୍ର ଏହି ଆକ୍ଷେପ ସମାଜବାଦୀ ପାର୍ଟି ପାଇଁ ବୁମେରାଂ ହୋଇଥିଲା। କାରଣ ଯୋଗୀ ସରକାର ରାଜ୍ୟର ଅପରାଧୀମାନଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ବଡ ବଡ ଅଟ୍ଟାଳିକାକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଥିଲେ। ଅଖିଳେଶଙ୍କ ସରକାର ସମୟରେ ଆଧିପତ୍ୟ ବିସ୍ତାର କରିଥିବା ଅନେକ ଅପରାଧୀଙ୍କୁ ଏନକାଉଣ୍ଟର କରି ନିପାତ କରିଥିଲା ବିଜେପି ସରକାର। ଅଖିଳେଶଙ୍କ ସରକାର ସମୟରେ ଆତଙ୍କବାଦୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରାଯାଇଥିବା ଘଟଣାକୁ ବିଜେପି ରାଜ୍ୟରେ ପ୍ରଚାର କରିଥିଲା। ତେଣୁ ଏହା ବିଜେପି ସଫଳତାର ଅନ୍ୟତମ କାରଣ। ୩- ହିଜାବ ବିବାଦରେ କଠୋର ଆଭିମୁଖ୍ୟ। କର୍ଣ୍ଣାଟକ ସମେତ ଅନ୍ୟ ରାଜ୍ୟରେ ହିଜାବକୁ ନେଇ ବିବାଦ ଦେଖାଯାଇଥିବା ବେଳେ ଉତ୍ତରପ୍ରଦେଶର ଯୋଗୀ ସରକାର ଏହି ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ। ଯୋଗୀ କହିଥିଲେ ଯେ ଜଣେ ଇଚ୍ଛା କଲେ ନିଜ ପସନ୍ଦର ଧାର୍ମିକ ପୋଷାକ ପିନ୍ଧି ପାରିବ। ମାତ୍ର ଏହି ଧାର୍ମିକ ପୋଷାକକୁ ଦେଶ ପାଇଁ ବାଧ୍ୟ କରାଯାଇପାରିବ ନାହିଁ। ୪-ଡବଲ ଇଞ୍ଜିନ ସରକାର। ଜାତି, ଧର୍ମ, ସମ୍ପ୍ରଦାୟର ଭୋଟ ବ୍ୟାଙ୍କ ଦେଶରେ ଅଚଳ ହୋଇପଡିଛି। ଏହି ଭୋଟ ବ୍ୟାଙ୍କ ପରିବର୍ତ୍ତେ ଲୋକେ ବିକାଶର ଭୋଟ ବ୍ୟାଙ୍କ ଆଡକୁ ମୁହଁାଇଛନ୍ତି। କାରଣ ଲୋକେ ଚାହୁଁଛନ୍ତି ନିଜର ବିକାଶ। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ବିକାଶକୁ ହାତେଇବା ଲାଗି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନକୁ ପସନ୍ଦ କରୁଛନ୍ତି। ଏହି ଆଶା ନେଇ ୟୁପିବାସୀ ବିଜେପିକୁ ଭୋଟ ଦେଇଛନ୍ତି। କାରଣ କେନ୍ଦ୍ରରେ ମଧ୍ୟ ଏବେ ବିଜେପି ସରକାର ରହିଛି। ୫-ମାଗଣା ରେସନ ଯୋଜନା। ରାଜ୍ୟବାସୀଙ୍କୁ ମାଗଣାରେ ରେସନ ସାମଗ୍ରୀ ଯୋଗାଇ ଦେବା ​‌େ​‌ନଇ ବିଜେପି ଦେଇଥିବା ପ୍ରତିଶ୍ରୁତି ଭୋଟରଙ୍କୁ ଆକୃଷ୍ଟ କରିଛି। ୬-ଅପରେସନ ଗଙ୍ଗା ମାଧ୍ୟମରେ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ନିମନ୍ତେ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ବିଜେପିକୁ ସଫଳତା ଦେଇଛି। ଏହି ଅଭିଯାନ ପରେ ଶେଷ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ହୋଇଥିବା ମତଦାନରେ ବିଜେପିକୁ ସଫଳତା ମିଳିଥିଲା। ୭- କରୋନା ଟିକାକରଣ। କରୋନା ମହାମାରୀରୁ ଲୋକଙ୍କୁ ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାର କରିଥିବା ମାଗଣା ଟିକାକରଣ ଅଭିଯାନ ବିଜେପିକୁ ସଫଳତା ଆଣିଦେଇଛି। ୮- କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କୁ ସନ୍ତୁଷ୍ଟ କରିବାରେ ବିଜେପି ସଫଳ ହୋଇଥିଲା। କେନ୍ଦ୍ର ସରକାର କୃଷକଙ୍କୁ ଆନ୍ଦୋଳନରୁ ହଟାଇବା ଲାଗି ପ୍ରଣୟନ ହୋଇଥିବା ୩ ଆଇନକୁ ଉଚ୍ଛେଦ କରିଥିଲେ। ଚଳିତ ନିର୍ବାଚନରେ ବିଜେପି ମାଗଣା ରେସନ ସହିତ ପିଲାମାନଙ୍କୁ ଲାପଟପ, ପିଲାମାନଙ୍କୁ ପୋଷାକ ଭତ୍ତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories