www.samajalive.in
Sunday, December 14, 2025
26.1 C
Bhubaneswar

ବଢ଼ୁଛି କେଜ୍ରିୱାଲଙ୍କ କ୍ରେଜ୍‍, ୪ ରାଜ୍ୟରେ ସରକାର ଗଠନ କରିବ ବିଜେପି

ନୂଆଦିଲ୍ଲୀ: ବାଜି ମାରିନେଲା ବିଜେପି । ୫ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ୪ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି । ଜିତିଥିବା ୪ ରାଜ୍ୟ ମଧ୍ୟରୁ ବିଜେପି ଉତ୍ତରପ୍ରଦେଶରେ ବିପୁଳ ଜନ ସମର୍ଥ ହାସଲ କରିଛି । ସବୁଠାରୁ ବଡ଼ କଥା ହେଉଛି ଏହି ନିର୍ବାଚନରେ କଂଗ୍ରେସକୁ ଏକ ଶକ୍ତ ଝଟକା ଲାଗିଛି । ପଞ୍ଜାବରେ ଧାରାସାୟୀ ହୋଇଛି ଶାସକ କଂଗ୍ରେସ । ଶାସକ କଂଗ୍ରେସକୁ ଧରାଶାୟୀ କରି ଆମ୍‌ ଆଦ୍‌ମୀ ପାର୍ଟି ପଞ୍ଜାବରେ ବିସ୍ମୟକର ବିଜୟ ହାସଲ କରିଛି ।

ରାଜଧାନୀ ଦିଲ୍ଲୀ ପରେ ପଞ୍ଜାବରେ ସରକାର ଗଢ଼ିବ ଆପ୍‍ । ଧୀରେ ଧୀରେ କେଜିରିୱାଲ ସରକାର ମଧ୍ୟ ସକ୍ରିୟ ହେବାରେ ଲାଗିଛି । ଆଗାମୀ ଦିନରେ ଜାତୀୟ ଦଳ ଭୂମିକା ଆଡକୁ ଅଗ୍ରସର ହେଉଛି । କାରଣ ଗୋଆରେ ୨ଟି ଆସନ ହାତେଇଛି ଆମ୍‍ ଆଦମୀ ପାର୍ଟି । ଅନ୍ୟପଟେ ଉତ୍ତରାଖଣ୍ଡରେ ବିଜେପି ପୁନର୍ବାର ତୃତୀୟଥର ସରକାର ଗଠନ କରିବାକୁ ଜନାଦେଶ ହାସଲ କରିଛି ।

- Advertisement -

ଖୋଦ୍‌ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପରାଜିତ ହୋଇଥିଲେ ବିଜେପି ତା’ର ପ୍ରମୁଖ ପ୍ରତିଦ୍ବନ୍ଦୀ କଂଗ୍ରେସକୁ ପୁନର୍ବାର ବିରୋଧୀ ଆସନରେ ବସାଇବାକୁ ସମର୍ଥ ହୋଇଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ପୁଣି ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂହଙ୍କ ଯାଦୁ ସହ ବିଜେପି ବହୁମତ ହାସଲ କରି କ୍ଷମତାକୁ ଫେରିଛି। ସେହିଭଳି ପ୍ରତି ୫ ବର୍ଷରେ ଶାସନ ବଦଳାଉଥିବା ୪୦ ଆସନ ବିଶିଷ୍ଟ ଛୋଟିଆ ରାଜ୍ୟ ଗୋଆରେ କ୍ରମାଗତ ତୃତୀୟ ଥର ବିଜେପି ତା’ର ଦବ୍‌ଦବା ବଜାୟ ରଖିଛି। ଏଠାରେ ୨୦ଟି ଆସନ ସହ ବିଜେପି ବୃହତ୍ ଦଳ ଭାବେ ଉଭା ହୋଇ ଗୋଟିଏ ସ୍ବାଧୀନ ସଦସ୍ୟଙ୍କ ସହଯୋଗରେ ସରକାର ଗଠନ କରିବାକୁ ଯାଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories