www.samajalive.in
Sunday, December 14, 2025
14.1 C
Bhubaneswar

ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ : ପଞ୍ଚାୟତ ମହାସମ୍ମିଳନୀରେ ଉଦବୋଧନ ଦେବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଶୁକ୍ରବାରଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି​‌ । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ଗୁଜୁରାଟ ପଞ୍ଚାୟତ ମହାସମ୍ମେଳନରେ ଅଂଶଗ୍ରହଣ କରିବେ ଏବଂ ସମାବେଶକୁ ଉଦବୋଧନ ଦେବେ । ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଷ୍ଟ୍ରୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ (ଆରଆରୟୁ)ର ନବ ନିର୍ମିତ ସୌଧକୁ ଶନିବାର ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେ ଆରଆରୟୁର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ  ମଧ୍ୟ ଅଭିଭାଷଣ ପ୍ରଦାନ କରିବେ। ସେହିପରି ପ୍ରଧାନମନ୍ତ୍ରୀ ଏକାଦଶ ଖେଳ ମହାକୁମ୍ଭ ଶୁଭାରମ୍ଭ ନେଇ ଘୋଷଣା କରିବା ସହ ଅଭିଭାଷଣ ପ୍ରଦାନ କରିବେ।

ସୂଚନାଯୋଗ୍ୟ ଗୁଜୁରାଟରେ ତିନି ପର୍ଯ୍ୟାୟ ପଞ୍ଚାୟତିରାଜ ବ୍ୟବସ୍ଥା ରହିଛି, ଯେଉଁଥିରେ ୩୩ ଟି ଜିଲ୍ଲା ପଞ୍ଚାୟତ, ୨୪୮ ତାଲୁକା ପଞ୍ଚାୟତ ଏବଂ ୧୪,୫୦୦ରୁ ଅଧିକ ଗ୍ରାମପଞ୍ଚାୟତ ରହିଛି । ଗୁଜୁରାଟ ପଞ୍ଚାୟତ ମହାସମ୍ମେଳନ: ‘ଅପନୁ ଗାମ, ଅପନୁ ଗୌରବ’ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନର ୧ ଲକ୍ଷରୁ ଅଧିକ ପ୍ରତିନିଧିଙ୍କ ଅଂଶଗ୍ରହଣ କରିବେ।

- Advertisement -

ସେହିପରି ପୁଲିସ୍‌, ଅପରାଧିକ ନ୍ୟାୟ ଏବଂ ସଂଶୋଧନ ପ୍ରଶାସନର ବିଭିନ୍ନ ପକ୍ଷରେ ଉଚ୍ଚମାନର ତାଲିମପ୍ରାପ୍ତ ମାନବସମ୍ବଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ (ଆରଆରୟୁ) ପ୍ରତିଷ୍ଠା  କରାଯାଇଥିଲା। ୨୦୧୦ରେ ଗୁଜରାଟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ରକ୍ଷା ଶକ୍ତି ବିଶ୍ୱବିଦ୍ୟାଳୟର ନବୀକରଣ କରି ସରକାର ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ନାମରେ ଏକ ଜାତୀୟ ପୁଲିସ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏହି ବିଶ୍ୱବିଦ୍ୟାଳୟ ଯାହାକି ଗୋଟିଏ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ତାହା ୨୦୨୦ ଅକ୍ଟୋବର ୧ତାରିଖରୁ କାର୍ଯ୍ୟାରମ୍ଭ କରିଛି । ଏହି ବିଶ୍ୱବିଦ୍ୟାଳୟ ଶିଳ୍ପ କ୍ଷେତ୍ରରୁ ଜ୍ଞାନ ଏବଂ ସମ୍ବଳ ବ୍ୟବହାର କରି ଘରୋଇ କ୍ଷେତ୍ର ସହିତ ସମନ୍ୱୟ ବିକାଶ କରିବ ଏବଂ ପୁଲିସ୍ ଏବଂ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ କ୍ଷେତ୍ରରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ମଧ୍ୟ ପ୍ରତିଷ୍ଠା କରିବ ।

ପୁଲିସ୍ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଯେପରିକି ପୁଲିସ୍ ସାଇନ୍ସ ଏବଂ ମ୍ୟାନେଜମେଣ୍ଟ, ଅପରାଧିକ ଆଇନ ଏବଂ ନ୍ୟାୟ, ସାଇବର ସାଇକୋଲୋଜି, ସୂଚନା ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା ଏବଂ ସାଇବର ସୁରକ୍ଷା, ଅପରାଧ ଅନୁସନ୍ଧାନ, ରଣନିତିକ ଭାଷା, ଆଭ୍ୟନ୍ତରୀଣ ପ୍ରତିରକ୍ଷା ଏବଂ ରଣକୌଶଳ, ଶାରିରୀକ ଶିକ୍ଷା ଏବଂ କ୍ରୀଡା, ଉପକୂଳ ଏବଂ ତଟ ସୁରକ୍ଷା କ୍ଷେତ୍ରରେ ଆରଆରୟୁ ଡିପ୍ଲୋମା ଠାରୁ ଡକ୍ଟରେଟ୍ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଶିକ୍ଷା ପ୍ରଦାନ କରେ । ବର୍ତ୍ତମାନ ୧୮ ଟି ରାଜ୍ୟରୁ ୮୨୨ ଜଣ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି ।

୨୦୧୦ରେ ଗୁଜୁରାଟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ୧୬ ଟି କ୍ରୀଡା ଏବଂ ୧୩ ଲକ୍ଷ ଅଂଶଗ୍ରହଣକାରୀଙ୍କ ସହ ଆରମ୍ଭ ହୋଇଥିବା ଖେଳ ମହାକୁମ୍ଭ ଆଜି ୩୬ ଟି ସାଧାରଣ କ୍ରୀଡା ଏବଂ ୨୬ ଟି ପାରା କ୍ରୀଡାକୁ ଅନ୍ତର୍ଭୁକ୍ତ କରିଛି । ଏକାଦଶ ଖେଳ ମହାକୁମ୍ଭ ପାଇଁ ୪୫ ଲକ୍ଷରୁ ଅଧିକ କ୍ରୀଡ଼ାବିତ୍‍ ପଞ୍ଜିକୃତ ହୋଇଛନ୍ତି । ଗୁଜୁରାଟର କ୍ରୀଡା କ୍ଷେତ୍ରରେ ଏହି ଖେଳ ମହାକୁମ୍ଭ ବିପ୍ଳବ ଆଣିଛି । କୌଣସି ବୟସ ସ୍ତର ନଥିବାରୁ ଏହା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କ ଅଂଶଗ୍ରହଣର ସାକ୍ଷୀ ପାଲଟିଛି, ଯେଉଁମାନେ ଏକ ମାସ ଧରି ବିଭିନ୍ନ ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି । କବାଡି, ଖୋ-ଖୋ, ଦଉଡି ଟଣା, ଯୋଗସାନ, ମାଲଖମ୍ବ ଭଳି ପାରମ୍ପରିକ କ୍ରୀଡା ଏବଂ କଳାତ୍ମକ ସ୍କେଟିଂ, ଟେନିସ୍ ଏବଂ ଫେନସିଂ ପରି ଆଧୁନିକ କ୍ରୀଡ଼ାର ଏହା ଏକ ନିଆରା ମିଳନ । ତୃଣମୂଳ ସ୍ତରରେ ନୂତନ କ୍ରୀଡ଼ା ପ୍ରତିଭା ଚିହ୍ନଟ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ମଧ୍ୟ ଗୁଜୁରାଟରେ ପାରା କ୍ରୀଡାକୁ ଏକ ଉତ୍ସାହ ଦେଇଛି ।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories