www.samajalive.in
Sunday, December 14, 2025
26.1 C
Bhubaneswar

ତ୍ରିନେତ୍ର କଳାକୁଞ୍ଜର ବାର୍ଷିକୋତ୍ସବ

ଚୌଦ୍ୱାର : ଅଗ୍ରଣୀ ନୃତ୍ୟାନୁଷ୍ଠାନ ତ୍ରିନେତ୍ର କଳାକୁଞ୍ଜର ପ୍ରଥମ ବାର୍ଷିକୋତ୍ସବ ଚୌଦ୍ୱାର ଗାନ୍ଧୀ ଛକ ସ୍ଥିତ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଖ୍ୟାତ ଘୋଡ଼ା ନୃତ୍ୟ ଶିଳ୍ପୀ ଡ. ଉତ୍ସବ ଚରଣ ଦାସ ଉଦଘାଟକ ରୂପେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଳା ବିକାଶ କେନ୍ଦ୍ରର ସଭାପତି ରବୀନ୍ଦ୍ର ନାଥ ମହାନ୍ତି, ଆଶ୍ୱସ୍ତି ଫାଉଣ୍ଡେସନର ବିଜୟ ଲକ୍ଷ୍ମୀ ମହାପାତ୍ର, ସାମାଜିକ କର୍ମୀ ସୁଦୀପ୍ତା ଦାଶ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର ଆସୋସିଏସନର ସଂପାଦକ ଡ. ଜିତେନ୍ଦ୍ର ଲେଙ୍କା, ଅଧିବକ୍ତା ଜ୍ଞାନରଞ୍ଜନ ଦାସ ପ୍ରମୁଖ ବରେଣ୍ୟ ଅତିଥି ରୂପେ ଯୋଗ ଦେଇ ଓଡ଼ିଶୀ ନୃତ୍ୟ ହିଁ ଆମ ରାଜ୍ୟର ନିଜସ୍ୱ ପରିଚୟ ବୋଲି ମତ ପ୍ରକାଶ କରିଥିଲେ। ଉତ୍କଳିକା ସଂଗୀତ ଏକାଡ଼େମୀର ମୁଖ୍ୟ ପ୍ରଭାକର ଶ୍ରୀଚରଣ ପ୍ରାରମ୍ଭରେ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ଗଜେନ୍ଦ୍ର ନାଥ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ନୃତ୍ୟତ୍ସୋବରେ ଅନୁଷ୍ଠାନର ପରିଚାଳକ ନୃତ୍ୟଗୁରୁ ରମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୫୦ରୁ ଅଧିକ ଓଡ଼ିଶୀ ନୃତ୍ୟାଙ୍ଗନା ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories