www.samajalive.in
Sunday, December 14, 2025
26.1 C
Bhubaneswar

୫ ନଗରପାଳ ଓ ୫୫ ପାରିଷଦଙ୍କ ପାର୍ଥୀପତ୍ର କାଏମ

ଆଠଗଡ :  ଆଠଗଡ ଏନଏସି ନିର୍ବାଚନ ଲାଗି ଦାଖଲ ହୋଇଥିବା ପାର୍ଥୀପତ୍ର ବୁଧବାର ଯାଞ୍ଚ କରାଯିବା ପରେ ଜଣେ ପାରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଥିବାବେଳେ ବାକି ୫୫ଜଣ ପାରିଷଦ ପ୍ରାର୍ଥୀ ଓ ୫ଜଣ ନଗରପାଳ ପାର୍ଥୀଙ୍କର ନାମାଙ୍କନ କାଏମ ରହିଥିବା ଜଣାପଡିଛି । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ବୁଧବାର ୧୧ଟାରେ ନିର୍ବାଚନ ଅଧିକାରୀ ତଥା ତହସିଲଦାର ପ୍ରିୟବ୍ରତ ଦାସ ପ୍ରତି ୱାର୍ଡ ୱାରୀ ପ୍ରାର୍ଥୀପତ୍ର ଯାଞ୍ଚ କରିଥିଲେ। ୪ନଂ ୱାର୍ଡ ଟି ଅନୁସୁଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ଏହି ୱାର୍ଡ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା କଂଗ୍ରେସ ପ୍ରାର୍ଥୀନୀ ମାମି ଦେହୁରୀ ଯାଞ୍ଚ ବେଳେ ନିଜର ଜାତିଗତ ପ୍ରମାଣପତ୍ର ଦାଖଲ କରିନପାରିବାରୁ ତାଙ୍କର ନାମାଙ୍କନ ପତ୍ର ନାକଚ ହୋଇଯାଇଥିଲା। ତାଙ୍କର ପ୍ରାର୍ଥୀପତ୍ର ନାକଚ ହେବା ପରେ ୪ନଂ ୱାର୍ଡରେ ଏବେ ୨ଜଣ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀଙ୍କ ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେବା ସ୍ପଷ୍ଟ ହୋଇଛି। ତେବେ ଆଠଗଡ ଏନଏସିର ୧୮ଟି ୱାର୍ଡ ପାଇଁ ଅନ୍ୟ ୫୫ଟି ପ୍ରାର୍ଥୀପତ୍ର ଏବଂ ୫ଜଣ ନଗରପାଳ ପ୍ରାର୍ଥୀଙ୍କର ୭ଟି ନାମାଙ୍କନ ପତ୍ର କାଏମ ରହିଥିବା ଜଣାପଡିଛି। ଆସନ୍ତା ୧୪ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ଧାର୍ଯ୍ୟ କରାଯାଇଥିବାରୁ ୧୪ତାରିଖ ପରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ଥିବା ପ୍ରାର୍ଥୀମାନଙ୍କର ସ୍ପଷ୍ଟ ଚିତ୍ର ମିଳିଯିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories