www.samajalive.in
Sunday, December 14, 2025
23.1 C
Bhubaneswar

ବିଆଇପିଏଫ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ

ଚୌଦ୍ୱାର : ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍(ବିଆଇପିଏଫ) ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି। ମହିସାଲଣ୍ଡା ଗ୍ରାମ କଲ୍ୟାଣ ମଣ୍ଡପ ଓ କଙ୍କାଳି ଗ୍ରାମରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା, ଯୁବତୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ଆଶା ଓ ଅଙ୍ଗନୱାଡ଼ି କର୍ମୀ, ଏଏନ୍ଏମ୍ , ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ତଥା ବହୁ ଗ୍ରାମ ମୁରବୀମାନେ ଅଂଶ ଗ୍ରହଣ କରିଥିଲେ। ଇମ୍ଫା ବରିଷ୍ଠ ପ୍ରଶାସକ ଜି. ସାରଦା ପ୍ରସାଦ ରାଓ ଓ ବରିଷ୍ଠ ପରିଚାଳକ ମାନସ ରଞ୍ଜନ ପ୍ରଧାନ ଏଥିରେ ଅତିଥି ଭାବେ ଯୋଗଦେଇ ସମାଜରେ ନାରୀ ମାନଙ୍କ ଭୂମିକା, ନାରୀ ସଶକ୍ତିକରଣ, ନାରୀ ସୁରକ୍ଷା ଉପରେ ଆଲୋଚନା କରି ନାରୀଙ୍କୁ ସମ୍ମାନ ଦେଲେ ଏକ ସଂସ୍କାରପୂର୍ଣ୍ଣ ସମାଜ ଗଠନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମହିଳା ମାନଙ୍କ ମଧ୍ୟରେ ଅନୁଷ୍ଠିତ ଝୋଟି, ମ୍ୟୁଜିକ୍ ଚେୟାର, କୁଇଜ୍, ମହିଳା ଓ କିଶୋରୀ ସ୍ୱାସ୍ଥ୍ୟ ପ୍ରତିଯୋଗିତାର ବିଜୟିନୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଫାଉଣ୍ଡେସନର ଅଧିକାରୀ ଚନ୍ଦ୍ର ଶେଖର ମହାପାତ୍ର, ଜ୍ଞାନ ରଞ୍ଜନ ବେହେରା, ଅର୍ଚ୍ଚନା ଜେନା, ବର୍ଷାରାଣୀ ବାରିକ, ପ୍ରିୟାଙ୍କା ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅନୁରୂପଭାବେ ଚୌଦ୍ୱାରସ୍ଥିତ ନବ ପ୍ରଭାତ ଆଞ୍ଚଳିକ ମହାସଂଘ ତରଫରୁ ମହିଳା ଦିବସ ପାଳିତ ହୋଇ ଯାଇଛି। ମହାସଂଘର ଅଧ୍ୟକ୍ଷା କଲ୍ୟାଣୀ ସାହାଣୀଙ୍କ ପୌରୋହିତରେ ଓଟିଏମ୍ କଲୋନୀ ଶିଶୁପାର୍କରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୌର ଉପାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ଅତିଥି ଭାବେ ଯୋଗଦେଇ ସମାଜରେ ନାରୀ ସମାଜ ପ୍ରତି ହେଉଥିବା ଅନ୍ୟାୟ ଓ ବ୍ୟଭିଚାର ଉପରେ ଆଲୋଚନା କରି ଏହାକୁ ପ୍ରତିହତ କରିବାକୁ ହେଲେ ନିଜକୁ ସଶକ୍ତ କରି ଗଢ଼ି ତୋଳିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଯୁବନେତା ଅର୍ଜୁନ ପଣ୍ଡା, ବିଶ୍ୱନାଥ ମହାନ୍ତି, ଅନୀତା ମହାନ୍ତି, କୁମୁଦିନୀ ବାରିକ, ଜୟନ୍ତୀ ଜେନା, ପୂଜା ସାହୁ, ଡି.ଜ୍ୟୋତି, ମନୋରମା ସେଠୀ, ପ୍ରମିଳା ବାରିକ ପ୍ରମୁଖ ନାରୀ ସଶକ୍ତିକରଣ ଉପରେ ଆଲୋଚନା କରିଥିଲେ । ବାପୁଜୀ କ୍ଲବର ସଦସ୍ୟ ମାନେ କାର୍ଯ୍ୟକ୍ରରେ ସହଯୋଗ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories