www.samajalive.in
Monday, December 8, 2025
13.1 C
Bhubaneswar

ପିଲାଙ୍କୁ କରୋନାରୁ ମିଳିବ ସୁରକ୍ଷା, ବଜାରକୁ ଆସିବ କୋର୍ବେଭାକ୍ସ ଟିକା

କରୋନା ସଂକ୍ରମଣରୁ ୫ରୁ ୧୨ ବର୍ଷ ବୟସ ବର୍ଗର ପିଲାଙ୍କୁ ସୁରକ୍ଷା ଦେବା ଲାଗି ପ୍ରସ୍ତୁତ ହୋଇଛି କର୍ବେଭାକ୍ସ ଟିକା। ଏବେ ଏହି ଟୀକା ପ୍ରସ୍ତୁତକାରୀ କମ୍ପାନୀ ଦେଶର ସର୍ବୋଚ୍ଚ ଔଷଧ ନିୟାମକ ସଂସ୍ଥା, ଡିସିଜିଆଇର ଅନୁମତି ଲୋଡ଼ିଛି। ଏହି ବାୟୋଲୋଜିକାଲ୍ ଇ’ ଟିକାର ଜରୁରୀକାଳୀନ ବ୍ୟବହାର ନେଇ କମ୍ପାନୀ ପକ୍ଷରୁ ସମସ୍ତ ତଥ୍ୟ ଦିଆଯାଇଛି। ଡିସିଜିଆଇ କହିଛି ଯେ ଏହି ଟିକାର ରୋଗ ପ୍ରତିରୋଧକାରୀ ଶକ୍ତି ସୃଷ୍ଟି ଓ ସୁରକ୍ଷା ନେଇ ସମୀକ୍ଷା ପରେ ଅନୁମତି ପ୍ରଦାନ କରାଯିବ। ଏବେ ଟିକସକୁ ବାଦ ଏହି ଟିକାର ମୂଲ୍ୟ ୧୪୫ ଟଙ୍କା ସ୍ଥିର କରାଯାଇଛି।

୫ରୁ ୧୨ ବର୍ଷର ପିଲା ଏହି ଟିକାର ଦୁଇଟି ଡୋଜ ନେବେ ଏବଂ ଏଥିପାଇଁ ସରକାର ପ୍ରାୟ ୫ କୋଟି ଡୋଜ୍ କିଣିଥିବା ଜଣାପଡିଛି। ସୂଚନାଯୋଗ୍ୟ, ୨୦୨୧ ଡିସେମ୍ବରରରେ କରୋନା ଟିକାର ବୁଷ୍ଟର ଡୋଜ କୋର୍ବେଭାକ୍ସର ପରୀକ୍ଷା ପାଇଁ ହ୍ରାଇଦ୍ରାବାଦ ସ୍ତିତ ବାୟୋଲୋଜିକାଲ ଇ.ଲିମିଟେଡକୁ ମଞ୍ଜୁରୀ ମିଳିଥିଲା।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories