www.samajalive.in
Monday, December 8, 2025
13.1 C
Bhubaneswar

କଟକ ଛତ୍ର ବଜାରରେ ଭୁଶୁଡିଲା ପୋଲ – ଦୁଇ ମୃତ ଜଣେ ଗୁରୁତର :ପ୍ରାଥମିକ ସୂଚନା

କଟକ ଛତ୍ର ବଜାରରେ ଭୁଶୁଡିଲା ପୋଲ – ଉଦ୍ଧାର କାର୍ଯ୍ୟ ଜାରୀ

କଟକ ଛତ୍ର ବଜାର ନିକଟରେ ଥିବା ପୁରୁଣା ପୋଲଟି ସନ୍ଧ୍ୟା ସମୟରେ ଭୁଶୁଡି ପଡିଛି। ଏହାତଳେ ଦବି ଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପଠାଯାଇଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ତାଳଦଣ୍ଡ କେନାଲ ପୁନରଉଦ୍ଧାର ସହ ରାସ୍ତା ଚୌଡା ଏବଂ ପୋଲର ପାର୍ଶ୍ୱ ପାଚେରୀ ମରାମତି ପାଇଁ ଖୋଳାଯାଉଥିଲା ।

- Advertisement -

ଏହି ସମୟରେ ପୋଲଟିର ଏକଅଂଶ ଭୁଶୁଡି ପଡିଥିଲା । ଫଳରେ କାମ କରୁଥିବା ଶ୍ରମିକ ଚାପି ହୋଇଯାଇଥିଲେ । ମୃତକମାନେ ଶ୍ରମିକ ହୋଇଥିବା ସୂଚନା ମିଳିଛି ।

ଆଉକିଏ କାଳେ ଚାପି ହୋଇଥିବେ ସେଥିପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା  ଡିସିପି ପ୍ରତୀକ ସିଂହଙ୍କ ସୂଚନା ଦେଇଛନ୍ତି । ଏହି କାମ ସମୟରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ଛତ୍ର ବଜାରର ବ୍ୟବସାୟୀ ସଂଘ ଅଭିଯୋଗ କରିଛନ୍ତି ।

ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories