www.samajalive.in
Sunday, December 14, 2025
26.1 C
Bhubaneswar

ଆକ୍ସନ ଅବତାରରେ ସିଦ୍ଧାର୍ଥ; ଘୋଷଣା ହେଲା ‘ମିଶନ ମଜନୁ’ର ରିଲିଜ୍‌ ତାରିଖ

ମୁମ୍ବଇ: ବଲିଉଡ଼ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମଣ୍ଡାନା ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମିଶନ ମଜନୁ’ର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି। ରନୀ ସ୍କୃଭାଲାଙ୍କ ଆରଏସଭିପି ଓ ଗିଲ୍‌ଟି ବାୟ ଆସୋସିଏସନ୍‌ର ମିଳିତ ସହଯୋଗରେ ନିର୍ମିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଜୁନ୍‌ ୧୦ ତାରିଖରେ ପ୍ରେକ୍ଷାଳୟକୁ ଆସିବ। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମରେ ରିଲିଜ୍‌ ତାରିଖ ସହ ସିଦ୍ଧାର୍ଥଙ୍କ ଲୁକ୍‌ ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି। ପୋଷ୍ଟରରେ ସିଦ୍ଧାର୍ଥଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିଛି। ସେ ହାତରେ ବନ୍ଧୁକ ଧରି ଆକ୍ସନ ମୋଡ଼୍‌ରେ ନଜର ଆସିଛନ୍ତି। ତାଙ୍କର ଏହି ଲୁକ୍‌କୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି।

- Advertisement -

ଶାନ୍ତନୁ ବାଗ୍‌ଚୀଙ୍କ ଦ୍ବାରା ନିର୍ଦେଶିତ ‘ମିଶନ ମଜନୁ’ର କାହାଣୀ ୭୦ ଦଶକର ଏକ ଗୁପ୍ତଚର ଥ୍ରୀଲର ଉପରେ ଆଧାରିତ। ଏଥିରେ ସିଦ୍ଧାର୍ଥ ଜଣେ ‘ର’ ଏଜେଣ୍ଟ ଭୂମିକାରେ ଅଭିନୟ କରିଛନ୍ତି, ଯିଏକି ପାକିସ୍ତାନରେ ଏକ ଗୁପ୍ତ ଅପରେସନର ନେତୃତ୍ବ ନେଇଛନ୍ତି। ଏହା ରଶ୍ମିକା ମଣ୍ଡାନାଙ୍କ ପ୍ରଥମ ବଲିଉଡ଼୍‌ ଫିଲ୍ମ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories