ନବଜାତକୁ ଉଦ୍ଧାର କଲା ପୁଲିସ
ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ମେଡ଼ିକାଲ୍ରୁ ଚୋରି ହୋଇଥିବା ନବଜାତ କନ୍ୟାକୁ ପୁଲିସ ଉଦ୍ଧାର କରିଛି। ରାତିରେ ଗୋଳନ୍ଥରା ଥାନା ଅନ୍ତର୍ଗତ କନିସି ଗାଁ’ରୁ ଶିଶୁ କନ୍ୟାକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରାଯାଇଛି। ନବଜାତର ଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଛି। ସୂଚନା ଅନୁଯାୟୀ, କାଲି ଅର୍ଥାତ୍ ଶନିବାର ପ୍ରସବ ପରେ ୱାର୍ଡ଼ ଭିତରୁ ନବଜାତ ଚୋରି ହୋଇଥିଲା। ଟୀକା ଦେବାକୁ କହି ଶିଶୁକୁ ନେଇ ମହିଳା ଫେରାର୍ ହୋଇ ଯାଇଥିଲେ। ପ୍ରସୂତି ଜଣଙ୍କ କବିସୂର୍ଯ୍ୟନଗର ରାମତା ନରଣପୁର ଗାଁ’ର ବୋଲି ଜଣାପଡ଼ିଛି।