www.samajalive.in
Saturday, December 6, 2025
19.1 C
Bhubaneswar

ଯକ୍ଷ୍ମାରୋଗୀ ଅନ୍ୱେଷଣ ଅଭିଯାନ

ବାଙ୍କୀ: ସମଗ୍ର ଭାରତରେ ୨୦୨୫ମସିହା ବେଳକୁ କୌଣସି ଯକ୍ଷ୍ମା ରୋଗୀ ରହିବେ ନାହିଁ। ଏହି ଯୋଜନାକୁ ସଫଳ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯକ୍ଷ୍ମା ରୋଗୀ ଅନ୍ୱେଷଣ ଅଭିଯାନ ତ୍ୱରାନ୍ୱିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ସ୍ଥାନୀୟ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନାରେ ଏକ ସଚେତନତା ରଥ ଯକ୍ଷ୍ମା ରୋଗ ପ୍ରବଣ ଚିହ୍ନଟ ଅଞ୍ଚଳକୁ ସଚେତନ କରିବା ପାଇଁ ଶୁଭାରମ୍ଭ ହୋଇଛି। ଡାକ୍ତର ଆରତି ନିଆଲ ସବୁଜ ପତକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଡାକ୍ତର ମୋନାଲିସା ରାଉତରାୟ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ ସାହୁ, ସନ୍ତୋଷ ସାହୁ, ହର୍ମୋନ ପାଣିଗ୍ରାହୀଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ସୂଚନା କ୍ରମରେ ବ୍ରହ୍ମପୁରା, କଳାପଥର, ବୈଦେଶ୍ୱର, ଜଗନ୍ନାଥପୁର, ବାଉଁଶପୁଟ, ବନ୍ଦାଳ, କଦଳୀବାଡି ଓ କନ୍ତପହଁରା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅନ୍ତର୍ଗତ ଯକ୍ଷ୍ମା ପ୍ରବଣ ଗାଁ ବରପୁଟ ସବରସାହି, କୁମୁସର, ଚଡେଇବନ୍ଧ, ବାଣିଆ ସବରସାହି, କୃଷ୍ଣପଲ୍ଲୀପାଟଣା, ପତନୀ, ବାଲିପାହାଡ, ଢେଗୁଆ, କେଉଟପାଟଣା, ମାଳବିହାରପୁର ଓ ଘୋଳପୁର ଗ୍ରାମରେ କାର୍ଯ୍ୟରତ ୧୬ଜଣ ଆଶା ୧ମ ଦିନରେ ଘରଘର ବୁଲି ଲକ୍ଷଣ ଥିବା ରୋଗୀଙ୍କୁ ଚିହ୍ନଟ କରିବେ। ୨ୟ ଦିନରେ ଚିହ୍ନଟ ରୋଗୀଙ୍କୁ ଯକ୍ଷ୍ମା ଚିକିତ୍ସା ଶିବିରକୁ ନେଇ କଫ ପରୀକ୍ଷା କରାଇବାର ବ୍ୟବସ୍ଥା କରାଯିବା ଯକ୍ଷ୍ମା ରୋଗୀ ଅନ୍ୱେଷଣ ଅଭିଯାନର ମୁଖ୍ୟ କାର୍ଯ୍ୟ ବୋଲି ଜଣାପଡିଛି। ୨୦୨୫ ମସିହା ବେଳକୁ ଭାରତ ବର୍ଷରୁ ଯକ୍ଷ୍ମା ରୋଗ ହଟାଇବା ପାଇଁ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ସଚେତନ ରଥ ମାଧ୍ୟମରେ ସଚେତନ କରାଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories