ବାଙ୍କୀ ଏନଏସି ନିର୍ବାଚନ; ପ୍ରାର୍ଥିପତ୍ର ଦାଖଲ ଶେଷ

ଅଧ୍ୟକ୍ଷ ପଦବୀ ପାଇଁ ୫, କାଉନସିଲର ପାଇଁ ୫୭ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ

ବାଙ୍କୀ: ବାଙ୍କୀ ଏନଏସି ନିର୍ବାଚନ ପାଇଁ ବିଭିନ୍ନ ୱାର୍ଡରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରୀୟା ସୋମବାର ଅପରାହ୍ନ ୩ଟାରେ ଶେଷ ହୋଇଛି। ଆଜି ବିଜୁ ଜନତା ଦଳର ୧୮ଜଣ ପ୍ରାର୍ଥୀଙ୍କ ସମେତ ଜଣେ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲା ବେଳେ ବିଜେପି ପକ୍ଷରୁ ୧୨ଜଣ କାଉନସିଲର ଓ ଜଣେ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରାଯାଇଛି। ସେହିପରି କଂଗ୍ରେସ ପକ୍ଷରୁ ଜଣେ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିର୍ବାଚନ ଅଧିକାରୀ ତଥା ବାଙ୍କୀ ତହସିଲଦାର ସତ୍ୟରଞ୍ଜନ ପଣ୍ଡାଙ୍କ ସୂଚନା କ୍ରମରେ ମାର୍ଚ୍ଚ ୨ତାରିଖଠାରୁ ୭ତାରିଖ ମଧ୍ୟରେ ମୋଟ ୫୭ଜଣ କାଉନସିଲର ଏବଂ ୫ଜଣ ନଗରପାଳ ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜୁ ଜନତା ଦଳରୁ ମାଣିକ ସାହୁ, କଂଗ୍ରେସ ପକ୍ଷରୁ ସୁଷମା ମହାପାତ୍ର, ବିଜେପି ପକ୍ଷରୁ ମନୋରମା ସାମନ୍ତରାୟ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବରେ ନଗରପାଳ ପଦବୀ ପାଇଁ ସୁଭଦ୍ରା ଦଳେଇ ଏବଂ ସରୋଜିନୀ ମହାପାତ୍ର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

prayash

ସୂଚନା ଅନୁଯାୟୀ, କାଉନସିଲର ପ୍ରାର୍ଥୀ ପାଇଁ ୱାର୍ଡ ନଂ୧ରୁ ବିଜେଡି ପ୍ରାର୍ଥୀ ସସ୍ମିତା ପ୍ରଧାନ, କଂଗ୍ରେସ ପ୍ରାର୍ଥୀ ସବିତା ନନ୍ଦ, ସ୍ୱାଧୀନ ପ୍ରାର୍ଥୀ ସଞ୍ଜୁକ୍ତା ରାଣ, ୱାର୍ଡ ନଂ ୨ ପାଇଁ ବିଜେଡି ପ୍ରାର୍ଥୀ ପ୍ରତିମା ରାଉତ, କଂଗ୍ରେସ ପ୍ରାର୍ଥୀ ଝୁନୁ ରାଉତ, ସ୍ୱାଧୀନରୁ ସରୋଜିନୀ ପ୍ରଧାନ, ୱାର୍ଡ ନଂ ୩ପାଇଁ ବିଜେଡି ପ୍ରାର୍ଥୀ ଅଶାନ୍ତି ରାଉତ, କଂଗ୍ରେସ ପ୍ରାର୍ଥୀ ରୀନାରାଣୀ ରାଉତ, ବିଜେପିରୁ ଅନୁପମା ସେଠୀ, ଓ୍ବାର୍ଡ ନଂ ୪ରୁ ବିଜେଡି ପ୍ରାର୍ଥୀ ସନାତନ ବେହେରା, କଂଗ୍ରେସରୁ ରମାକାନ୍ତ ସେଠୀ, ବିଜେପିରୁ ରାକେଶ ମଲ୍ଲିକ, ୫ନଂ ୱାର୍ଡରୁ ବିଜେଡି ପ୍ରାର୍ଥୀ ସୁଜାତା ପଣ୍ଡା, କଂଗ୍ରେସରୁ ଶାନ୍ତିଲତା ବେହେରା, ବିଜେପିରୁ ଅଞ୍ଜୁ ଦେଈ, ୬ନଂ ୱାର୍ଡରୁ ବିଜେଡି ପ୍ରାର୍ଥୀ ମମତା ବେହେରା, କଂଗ୍ରେସରୁ ନିରୁପମା ବେହେରା ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୱାର୍ଡ ନଂ ୭ରୁ ବିଜେଡି ପ୍ରାର୍ଥୀ ଜେମାମଣି ବେହେରା, କଂଗ୍ରେସରୁ ମନୋରମା ବେହେରା, ବିଜେପିରୁ ଇନ୍ଦୁରେଖା ମଲ୍ଲିକ, ୮ନଂ ୱାର୍ଡରୁ ବିଜେଡି ପ୍ରାର୍ଥୀ ପଠାଣି ବେହେରା, କଂଗ୍ରେସରୁ ଶାନ୍ତିଲତା ବେହେରା, ବିଜେପିରୁ ସୁଶାନ୍ତ କୁମାର ବେହେରା, ୯ନଂ ଓ୍ବାର୍ଡରୁ ବିଜେଡି ପ୍ରାର୍ଥୀ ସଞ୍ଜୟ ପୃଷ୍ଟି, କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କୁମାର ପୃଷ୍ଟି, ବିଜେପିରୁ ବିକାଶ କୁମାର ମହାପାତ୍ର, ୧୦ନଂ ଓ୍ବାର୍ଡରୁ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ମହାପାତ୍ର, କଂଗ୍ରେସ ପ୍ରାର୍ଥୀ କ୍ଷେତ୍ରବାସୀ ଦାସ, ବିଜେପିରୁ ଜିତେନ ସାହୁ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବରେ ସଞ୍ଜୟ ପ୍ରଧାନ ଓ ପ୍ରଶାନ୍ତ କୁମାର ବେହେରା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୧୧ନଂ ଓ୍ବାର୍ଡରୁ ବିଜେଡିରୁ ସନ୍ତୋଷ କୁମାର ରଣା, କଂଗ୍ରେସରୁ ବୁଲୁ ଭୋଇ, ବିଜେପିରୁ ଦୀପକ କୁମାର ମହାପାତ୍ର ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବରେ ଅନନ୍ତ ରଣା, ଅଶୋକ କୁମାର ରଣା, ପ୍ରଫୁଲ୍ଲ କୁମାର ରଣା ଓ ନୀଳମଣି ମହାପାତ୍ର ପ୍ରମୁଖ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୧୨ନଂ ଓ୍ବାର୍ଡରୁ ବିଜେଡି ପ୍ରାର୍ଥି ଜାମିନୀକାନ୍ତ ମହାପାତ୍ର, କଂଗ୍ରେସରୁ ଯୁଧିଷ୍ଟିର ପ୍ରଧାନ, ବିଜେପିରୁ ରାଜେନ୍ଦ୍ର ସୁବୁଧି ଓ ସ୍ୱାଧୀନରୁ କେଶବ ପ୍ରଧାନ,୧୩ନଂ ୱାର୍ଡରୁ ବିଜେଡି ପ୍ରାର୍ଥୀ ପଙ୍କଜିନୀ ମଙ୍ଗୁଆଳ, ବିଜେପିରୁ ସୁଷମା ଦଳେଇ, କଂଗ୍ରେସରୁ ପ୍ରଭାତି ମଙ୍ଗୁଆଳ, ୧୪ନଂ ୱାର୍ଡରୁ ବିଜେଡି ପ୍ରାର୍ଥୀ ଚନ୍ଦନ ଗଣ୍ଠିଆ, କଂଗ୍ରେସରୁ ପ୍ରଶାନ୍ତ କୁମାର ଗଣ୍ଠିଆ, ବିଜେପିରୁ ସରୋଜ କୁମାର ନାୟକ, ସ୍ୱାଧୀନରୁ ଜ୍ୟୋତି ପ୍ରକାଶ ମହାନ୍ତି, ୧୫ନଂ ୱାର୍ଡରୁ ବିଜେଡିରୁ ବିଳାସ ବେହେରା, କଂଗ୍ରେସରୁ ଫୁଲ ପ୍ରଧାନ, ୧୬ନଂ ୱାର୍ଡରୁ ବିଜେଡିରୁ ବିକଳ ଗୋଚ୍ଛୀ, ବିଜେପିରୁ ଲିଟନ କୁମାର ମାଝୀ ଓ କଂଗ୍ରେସରୁ ଦାମୋଦର ସ୍ୱାଇଁ, ୧୭ନଂ ୱାର୍ଡରୁ ବିଜେଡିରୁ ବାଶନ୍ତୀ ମନ୍ତ୍ରୀ, କଂଗ୍ରେସରୁ ବବିତା ମନ୍ତ୍ରୀ ଏବଂ ସ୍ୱାଧୀନରୁ ସରସ୍ୱତୀ ମନ୍ତ୍ରୀ ପ୍ରମୁଖ କାଉନସିଲର ପଦବୀ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

kalyan agarbati

Comments are closed.