ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ସୋମବାର ଭୁବନେଶ୍ବର ମହାନଗର ନିଗମ(ବିଏମସି) ପାଇଁ ବିଜେପି ଓ ବିଜେଡିର ମେୟର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ପକ୍ଷରୁ ସୁଲୋଚନା ଦାସ ନିଜ ସମର୍ଥକଙ୍କ ଗହଣରେ ଯାଇ ମନୋୟନ ପତ୍ର ଦାଖଲ କରିଥିଲେ।
ସେହିପରି ବିଜେପିର ମହାନଗର ନିଗମର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବାବୁ ସିଂହଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତାଙ୍କ ସହ ଯାଇ ସେ ମନୋନୟନ ପତ୍ର ଦାଖଲ କରିଥିଲେ।



