www.samajalive.in
Monday, December 8, 2025
13.1 C
Bhubaneswar

ମସଲା ପିଆଜ ଛଣା

ଆବଶ୍ୟକ ସାମଗ୍ରୀ
ପିଆଜ – ୬ଟି (କଟା ହୋଇଥିବା)
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
କଞ୍ଚାଲଙ୍କା – ୪ଟି
ଅଦା – ଅଳ୍ପ (କଟା ହୋଇଥିବା)
ଜିରା – ୧ ଚାମଚ
ପୁଦିନା ପତ୍ର – ଆବଶ୍ୟକ ପରିମାଣରେ
ଜାଇଫଳ ଗୁଣ୍ଡ – ଅଳ୍ପ
ଗୋଟା ଧନିଆ – ଅଳ୍ପ
ସୋଡ଼ା – ଅଳ୍ପ
ମକା ଅଟା – ୨କପ
ଲୁଣ – ଆବଶ୍ୟକ ପରିମାଣରେ
ଘିଅ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପିଆଜ, କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ, ଅଦାକୁ ମିଶାଇ ଏକ ପାତ୍ରରେ ୧୦ ମିନିଟ ରଖି ଦିଅନ୍ତୁ। ୧୦ ମିନିଟ ପରେ ଏଥିରେ ମକା ଅଟା, ଲୁଣ, ସୋଡ଼ା, ଗୋଟା ଧନିଆ, ଜାଇଫଳ ଗୁଣ୍ଡ, ପୁଦିନା ପତ୍ର, ଜିରା ପକାଇ ଭଲ ଭାବେ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ରଖିଥିବା ମିଶ୍ରଣରୁ ହାତରେ ବିଭିନ୍ନ ଅକାରର କରି ଘିଅରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ପିଆଜ ଛଣା  ଏହାକୁ ଚଟଣି ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories