www.samajalive.in
Sunday, December 7, 2025
23.1 C
Bhubaneswar

ଦେଶରେ ନୂଆ ଆକ୍ରାନ୍ତ ୬,୩୯୬ ; ୨୦୧ ମୃତ

ନୂଆଦିଲ୍ଲୀ : ଦେଶରେ ଲଗାତାର କରୋନା ସଂକ୍ରମଣ ହ୍ରାସ ପାଇବା ପରିଲକ୍ଷିତ ହେଉଛି। ଦିନକରେ ଆଉ ୬ ହଜାର ୩୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୫୧,୫୫୬କୁ ବୃଦ୍ଧି ପାଇଛି। ସେହିଭଳି ୧୩,୪୫୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ଏଯାଏଁ ୪,୨୩,୬୭,୦୭୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୬୪%। ଚିିକିତ୍ସାଧୀନ ଅବସ୍ଥାରେ ଆଉ ୨୦୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୧୪,୫୮୯ରେ ପହଞ୍ଚିଛି। ମୃତ୍ୟୁ ହାର ୧.୨୦%। ଆଉ ୬୯,୮୯୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତ ହାର ୦.୧୬%। ଦିନକ ମଧ୍ୟରେ ୯,୨୩,୩୫୧ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୭୭,୦୯,୭୩,୩୫୬ନମୁନା ପରୀକ୍ଷା କରାଯାଇଛି। ୨୪ ଘଣ୍ଟାରେ ୨୪,୮୪,୪୧୨ ଟିକା ନେଇଥିବା ବେଳେ ମୋଟ ୧,୭୮,୨୯,୧୩,୦୬୦ ଟିକାକରଣ କରାଯାଇଛି। ଶୁକ୍ରବାର ୨,୮୧,୯୬୬ ଟିକାକରଣ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟୁଇଟ ଯୋଗେ ସୂଚନା ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories