www.samajalive.in
Saturday, December 13, 2025
26.1 C
Bhubaneswar

ଖବରକାଗଜ ବିତରକରୁ ସମିତି ସଭ୍ୟ ସୁଦାମ

ବଲାଙ୍ଗିର: ପୁଇଁନ୍ତଲା ପଞ୍ଚାୟତ ସମିତିର ରଣ୍ଡା ପଞ୍ଚାୟତ। ରଣ୍ଡା ଗାଁର ବାସିନ୍ଦା ସୁଦାମ ନନ୍ଦ(୩୫)। ରାଜେନ୍ଦ୍ର କଲେଜରୁ ଯୁକ୍ତ ଦୁଇ, ବଲାଙ୍ଗିର ସରକାରୀ କଲେଜରୁ ଯୁକ୍ତ ତିନି ପରେ ସେ ସ୍ନାତୋକତ୍ତୋର ପାଠ୍ୟକ୍ରମରେ ନାମ ଲେଖାଇଥିଲେ। କିନ୍ତୁ ଆର୍ଥିକ ଅନଟନ ସହ ପାରିବାରିକ ଜଞ୍ଚାଳ ମଧ୍ୟରେ ପାଠ ପଢାକୁ ଆଗକୁ ନେଇପାରିଲେ ନାହିଁ ସେ। ଖରା, ବର୍ଷା, ଶୀତକୁ ନମାନି ଗଲା ୧୫ ବର୍ଷ ଧରି ସକାଳୁ ସକାଳୁ ରଣ୍ଡା ଗାଁରୁ ୭ କିଲୋମିଟର ବାଇକରେ ଆସନ୍ତି ବଲାଙ୍ଗିର ସରକାରୀ ବସଷ୍ଟାଣ୍ଡକୁ। ସେଠାରୁ ବିଭିନ୍ନ ଖବରକାଗଜ ନେଇ ସେ ତାଙ୍କ ପାଠକ ପାଖରେ ପହଞ୍ଚାନ୍ତି। ତେବେ ଏଥର ପଞ୍ଚାୟତ ନିର୍ବାଚନରେ ସେ ରଣ୍ଡା ଗାଁରୁ ସମିତି ସଭ୍ୟ ଭାବେ ପ୍ରାର୍ଥୀ ହୋଇଥିଲେ। ତାଙ୍କ ସହ ୨ଜଣ ପୂର୍ବ ସରପଞ୍ଚ ଓ ଅନ୍ୟ ୪ଜଣ ସମିତି ସଭ୍ୟ ପ୍ରାର୍ଥୀ ହୋଇ ପ୍ରତିଦ୍ୱନ୍ଦିତା କରୁଥିଲେ।

 

- Advertisement -

ବର୍ତ୍ତମାନ ପଞ୍ଚାୟତ ନିର୍ବାଚନରେ ମଦ, ମାଂସ ଓ ଟଙ୍କା ବଣ୍ଟା ଖବର ବେଶୀ ଆସୁଛି। କିନ୍ତୁ ଆର୍ଥିକ ଭାବେ ସେତେଟା ସ୍ୱଚ୍ଛଳ ନୁହନ୍ତି ସୁଦାମ। ତେଣୁ ସେ ଏଥିରୁ ଦୂରେଇ ରହିଥିବା କହନ୍ତି ସୁଦାମ। ରଣ୍ଡା ପଞ୍ଚାୟତର ଘରକୁ ଘର ବୁଲି ସେ ବିଭିନ୍ନ କାମ କରିବାର ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରିଥିଲେ। ଦ୍ୱିତୀୟ ଦିନ ଗଣତିରେ ସେ ପଛରେ ରହି ଆସୁଥିଲେ। ତେବେ ତାଙ୍କ ଗାଁ ଭୋଟ ଗଣତି ବେଳେ ସମସ୍ତଙ୍କୁ ପଛରେ ପକାଇ ଉପରକୁ ଉଠିଥିଲେ ସୁଦାମ। ୭୩୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ସେ ପାଠକଙ୍କ ପାଖରେ ଖବର କାଗଜ ଯେଉଁ ଭଳି ଦେଉଥିଲେ ସେଭଳି ବାଣ୍ଟିବେ। ଖବର କାଗଜ ବଣ୍ଟା ସରିବା ପରେ ସେ ଲୋକଙ୍କ ସମସ୍ୟା ସମାଧାନ ଓ ବିକାଶ ପାଇଁ ଦେଇଥିବା ପ୍ରତିଶ୍ରୁତି ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ସୁଦାମ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories