www.samajalive.in
Saturday, December 13, 2025
26.1 C
Bhubaneswar

ରାତି ପାହିଲେ ମହାଶିବରାତ୍ରି : ଚଳଚଞ୍ଚଳ ଶ୍ରୀଲିଙ୍ଗରାଜ ପୀଠ, ରାତି ୧୦ ଟାରେ ଉଠିବ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ବର: ରାତି ପାହିଲେ ଦେବଦେବ ମହାଦେବଙ୍କ ମହାଶିବରାତ୍ରି। ଏଥିପାଇଁ ଚଳଚଞ୍ଚଳ ହୋଇଗଲାଣି ରାଜ୍ୟର ସମସ୍ତ ଶୈବପୀଠ। ଏହି କ୍ରମରେ ଏକାମ୍ର କ୍ଷେତ୍ରରେ ଥିବା ଶିବ ମନ୍ଦିରଗୁଡ଼ିକରେ ଶିବରାତ୍ରି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ପ୍ରଶାସନ ପକ୍ଷରୁ ମଧ୍ୟ ମହାଶୀବରାତ୍ରି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାଶିବରାତ୍ରି ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି । ମନ୍ଦିର ପରିସରରେ ୨୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବାସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବାବେଳେ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ପାଳନ ପାଇଁ ସ୍ବତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି।

 

- Advertisement -

ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ ଟାରେ ଉଠିବ ।  ରାତି ୩ ଟାରୁ ୩.୩୦ ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବ ।  ସେହିପରି ୩.୩୦ ଠାରୁ ୫ ଟା ଯାଏଁ ସେବାୟତ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ।  ଭୋର ୫ଟାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ । ମନ୍ଦିର ଗର୍ଭଗୃହକୁ କେହି ଯାଇପାରିବେନି କିମ୍ବା ଭୋଗ ନେଇପାରିବେନି । ମନ୍ଦିର ହୁଣ୍ଡି ପର୍ଯ୍ୟନ୍ତ ଭକ୍ତ ମାନେ ଯାଇପାରିବେ। ଗତବର୍ଷ ଭଳି କୋଭିଡ କଟକଣା ସହ ଦର୍ଶନ ଅନୁମତି ମିଳିବ। ସମସ୍ତ ନିଯୋଗ ପୂର୍ଣ୍ଣ ସହଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ସହଯୋଗରେ କୋଭିଡ କ୍ୟାମ୍ପ ରହିବ। ଅଧିକ ଶୃଙ୍ଖଳିତ କରିବା ପାଇଁ ପୋଲିସ ବିଭାଗ ସହ ଆଲୋଚନା ହେଇଛି। ଟ୍ରାଫିକ ଓ ପାର୍କିଂ କୁ ବ୍ୟବସ୍ଥିତ କରାଯିବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories