www.samajalive.in
Tuesday, December 9, 2025
15.1 C
Bhubaneswar

ପନିର କୋହ୍ଲାପୁରୀ

ଆବଶ୍ୟକ ସାମଗ୍ରୀ
ପନିର – ୪୦୦ ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
ପେଷା ଟମାଟୋ – ୩ଟି
କଟା ପିଆଜ – ୨ଟି
ଅଦା ରସୁଣ ବଟା – ୩ ଚାମଚ
ଜିରା ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଘିଅ – ଅଳ୍ପ
ଗୋଟା ଜିରା – ଅଳ୍ପ
ତେଜ ପତ୍ର – ୨ଟି
ଗୋଟା ମସଲାରେ – ଗୁଜୁରାତି ୨ଟିି, ଡ଼ାଲଚିନି ୨ଟି , ଅଳେଇଚ ୧ଟି ,ଗୋଲମରିଚ – ୪ ରୁ ୫ ଟି
କଟା ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପନିରକୁ ବଡ଼ ଆକୃତିର କାଟି ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ଗୋଲମରିଚ, ଡ଼ାଲଚିନି , ଅଳେଇଚ, ଗୁଜୁରାତି ଭାଜନ୍ତୁ। ଭଲ ଭାବେ ଭାଜିହେବା ପରେ ଏହାକୁ ପେଷି ଦେଇ ଏକ ମସଲା ପ୍ରସ୍ତୁତ କରି ରଖନ୍ତୁ। ଏବେ ଗ୍ୟାସରେ ଆଉ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ତେଜପତ୍ର, କଟା ପିଆଜ, ଅଦା ରସୁଣ ବଟା ପକାଇ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ପକାଇ ଭଲ ଭାବେ ଭାଜନ୍ତୁ। ଭାଜିବା ପରେ ଏଥିରେ ପେଷା ହୋଇଥିବା ଟମାଟୋକୁ ପକାଇ ଭଲ ଭାବେ କଷନ୍ତୁ ଓ ପାଣି ଦେଇ ୧୦ ମିନିଟ ବସାନ୍ତୁ। ଏବେ ପୂର୍ବରୁ ପ୍ରସ୍ତୁତ ମସଲାକୁ ଏଥିରେ ପକାଇ ଗୋଳାନ୍ତୁ। । ଗୋଳାଇବା ପରେ କଟା ହୋଇରହିଥିବା ପନିରକୁ ପକାନ୍ତୁ । ଅଳ୍ପ ପାଣି ଦିଅନ୍ତୁ। ଏହା ଉପରେ ସମାନ୍ୟ ଘିଅ, କଟା ଧନିଆପତ୍ର ପକାଇ ୫ ରୁ ୧୦ ମିନିଟ ଗ୍ୟାସରେ ବସାନ୍ତୁ।


ଏବେ ଏକ ପାତ୍ରକୁ କାଢି ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories