www.samajalive.in
Saturday, December 13, 2025
26.1 C
Bhubaneswar

ପିପିଲିର ୨୨ନଂ ଜୋନରେ ବିଜେଡି ବିଜୟୀ

ପିପିଲି:ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପିପିଲି ବ୍ଲକର ୨୨ନଂ ଜିଲା ପରିଷଦ ଜୋନ୍‍ରେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ ସଙ୍ଗୀତା ବେହେରା ୭ହଜାର ୪୭୭ ଖଣ୍ଡ ଭୋଟ୍‍ ବ୍ୟବଧାନରେ ବିଜୟୀ ହୋଇଥିବା ସୂଚନା ମିଳିଛି। ସେ ମୋଟ୍‍ ୧୯ହଜାର ୬୫୦ ଖଣ୍ଡ ଭୋଟ୍‍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥିନୀ ପ୍ରଭାସିନୀ ବେହେରା ୧୨ହଜାର ୧୭୩ ଖଣ୍ଡ ଭୋଟ୍‍ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥିନୀ ରୂପାଲୀ ସେଠୀ ୯୮୫ ଖଣ୍ଡ ଭୋଟ ପାଇଥିବା ବେଳେ ସିପିଆଇ(ଏମଏଲ) ପ୍ରାର୍ଥୀନୀ ସ୍ୱର୍ଣ୍ଣଲତା ବେହେରା ୭୯୩ ଖଣ୍ଡ ଭୋଟ୍‍ ପାଇଥିବା ସୂଚନା ମିଳିଛି।
ଏହି ଜୋନ୍‍ର ୯ଟି ପଞ୍ଚାୟତ ମଧ୍ୟରୁ ଓରକଳ ପଞ୍ଚାୟତରେ ସମିତିସଭ୍ୟ ପଦବୀରେ ସରୋଜିନୀ ପ୍ରଧାନ ଓ ସରପଞ୍ଚ ପଦବୀରେ ସରୋଜିନୀ ପ୍ରଧାନ ବିଜୟୀ ହୋଇଥିବା ବେଳେ ଗୋବିନ୍ଦପୁର ପଞ୍ଚାୟତରେ ସମିତିସଭ୍ୟ ପଦବୀରେ କବିତା ଖଟୋଇ ଓ ସରପଞ୍ଚ ପଦବୀରେ ସୌଦାମିନୀ ଦାସ, ଲକ୍ଷ୍ମୀନାରାୟଣପୁର ପଞ୍ଚାୟତରେ ସମିତିସଭ୍ୟ ପଦବୀରେ ସବିତା ବେହେରା ଓ ସରପଞ୍ଚ ପଦବୀରେ ଶ୍ରଦ୍ଧାଞ୍ଜଳୀ ମଲ୍ଲିକ, କଣ୍ଟି ପଞ୍ଚାୟତରେ ସମିତିସଭ୍ୟ ପଦବୀରେ ସବିତା ନିଶଙ୍କ ଓ ସରପଞ୍ଚ ପଦବୀରେ ମୋନାଲିସା ହରିଚନ୍ଦନ, ପମସରା ପଞ୍ଚାୟତରେ ସମିତିସଭ୍ୟ ପଦବୀରେ ମଞ୍ଜୁଲତା ମାଝୀ ଓ ସରପଞ୍ଚ ପଦବୀରେ ଅନୁପମା ନାୟକ, ପୋପରଙ୍ଗା ପଞ୍ଚାୟତର ସମିତିସଭ୍ୟ ପଦବୀରେ ପୂଜା ବେହେରା ଓ ସରପଞ୍ଚ ପଦବୀରେ ନିରଞ୍ଜନ ସେନାପତି, ପାଣିଦୋଳ ପଞ୍ଚାୟତର ସମିତିସଭ୍ୟ ପଦବୀରେ ମମତା ନାୟକ ଓ ସରପଞ୍ଚ ପଦବୀରେ ଅଜୟ କୁମାର ନାୟକ, ଭାରତୀପୁର ପଞ୍ଚାୟତର ସମିତିସଭ୍ୟ ପଦବୀରେ ବିଦୁଲତା ସ୍ୱାଇଁ ଓ ସରପଞ୍ଚ ପଦବୀରେ ଜଗନ୍ନାଥ ନନ୍ଦ, ପୁବାଶାସନ ପଞ୍ଚାୟତର ସମିତିସଭ୍ୟ ଆସନରେ ଚନ୍ଦ୍ରମଣୀ ବେହେରା ଓ ସରପଞ୍ଚ ଆସନରେ ରଶ୍ମୀପ୍ରଭା ଦାସ ବିଜୟୀ ହୋଇଥିବା ସୂଚନା ମିଳିଛି।

 

- Advertisement -

ରବିବାର ଏହି ବ୍ଳକର ୨୩ନଂ ଜିଲା ପରିଷଦ ଜୋନ୍‍ ଅନ୍ତର୍ଗତ ୮ଟି ପଞ୍ଚାୟତର ୱାର୍ଡ ସଭ୍ୟ, ସରପଞ୍ଚ, ସମିତିସଭ୍ୟ ଓ ଜିଲା ପରିଷଦ ଆସନର ଭୋଟ୍‍ ଗଣତି ଚାଲିଥିବା ବେଳେ ରିପୋର୍ଟ ଲେଖାହେବା ସୁଦ୍ଧା ବିଜେଡିର ଜିଲା ପରିଷଦ ପ୍ରାର୍ଥୀ ସୁଶାନ୍ତ କୁମାର ମଲ୍ଲିକ ଦେଢ ହଜାରରୁ ଉର୍ଦ୍ଧ ଭୋଟ୍‍ ବ୍ୟବଧାନରେ ଆଗୁଆ ଥିବା ସୂଚନା ମିଳିଛି। ତେବେ ଭୋଟ୍‍ ଗଣତି ସରିବାକୁ ବିଳମ୍ବିତ ରାତି ହେବାର ଅନୁମାନ କରାଯାଉଛି। ଆସନ୍ତା କାଲି ୨୮ ତାରିଖ ସୋମବାର ଦିନ ୨୪ନଂ ଜିଲା ପରିଷଦ ଜୋନ୍‍ ଅନ୍ତର୍ଗତ ୮ଟି ପଞ୍ଚାୟତର ଭୋଟ୍‍ ଗଣତି କରାଯିବ। ପିପିଲି ବ୍ଳକର ନିର୍ବାଚନ ଅଧିକାରୀ ତଥା ବିଡିଓ ରଶ୍ମିତା ନାଥ, ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ତହସିଲଦାର ସପନ କୁମାର ନନ୍ଦ, ପିପିଲି ଥାନାଧିକାରୀ ଅଭିମନ୍ୟୁ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories