www.samajalive.in
Saturday, December 13, 2025
26.1 C
Bhubaneswar

ୟୁକ୍ରେନର ଖାର୍କିଭ ସହରରେ ପାଇପଲାଇନ୍‍ ଉଡ଼ାଇଲା ରୁଷ ସେନା

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍‍ ମଧ୍ୟରେ ଚାଲିଛି ଯୁଦ୍ଧ। ଆଜି ଚତୁର୍ଥ ଦିନରେ ମଧ୍ୟ ଘମାଘୋଟ ଲଢ଼େଇ ଚାଲିଛି । ୟୁକ୍ରେନର ରାଜଧାନୀ କିଭ୍‌ ସମେତ ଦେଶର ପ୍ରମୁଖ ସହର ଉପରେ ରୁଷର ସାମରିକ କାର୍ୟ୍ୟାନୁଷ୍ଠାନ ଜାରି ରହିଛି । ୟୁକ୍ରେନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୟୁକ୍ରେନ ଦାବି କରିଛି ରୁଷରେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହାରି ଭିତରେ ୟୁକ୍ରେନର ଖାର୍କିଭ ସହରରେ ଥିବା ପାଇପ ଲାଇନ୍‍ ଉଡ଼ାଇଛି ରୁଷର ସେନା । ଏହି ବିସ୍ଫୋରଣ ଯୋଗୁ ପରିବେଶ ବିପର୍ଯ୍ୟୟ ଘଟିପାରେ ବୋଲି ଅନୁମାନ କରାଯାଉଛି ।

- Advertisement -

ଏଥିଲାଗି ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ରହିବା ସହ ତରଳ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି । ୟୁକ୍ରେନର ସର୍ବୋଚ୍ଚ ଓକିଲ ଇରିନା ଭେନେଡିକ୍ଟୋଭା କହିଛନ୍ତି ସୈନ୍ୟମାନେ ଖାର୍କିଭକୁ କାବୁ କରିବାରେ ସକ୍ଷମ ହୋଇ ନାହାଁନ୍ତି । ଖାର୍କିଭରେ ଜୋରଦାର ଯୁଦ୍ଧ ଚାଲିଛି । ପାଖାପାଖି ୧.୫ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ସହର ରୁଷ ସୀମାଠାରୁ ୪୦ କିଲୋମିଟର ଦୂରରେ ରହିଛି । ଏଭଳି ପରିସ୍ଥିତିରେ ରୁଷର ଉଦ୍ଦେଶ୍ୟ ହେଉଛି ୟୁକ୍ରେନର ମନୋବଳକୁ ଭାଙ୍ଗିବା । ବର୍ତ୍ତମାନ ଖାର୍କିଭରେ ଯୁଦ୍ଧ ଜୋରଦାର ଚାଲିଛି । କିଭ୍‍ରେ ସୋମବାର ଯାଏ କର୍ଫ୍ୟୁ ବଢ଼ାଇ ଦିଆଯାଇଛି । ରୁଷର ସେବା କିଭ୍‍କୁ ନିଜର ଅଧିନକୁ ନେବାକୁ କିଛି ବି କରିପାରେ । ସେଥିପାଇଁ କିଭରେ ସଂଧ୍ୟା ୫ଟାରୁ ସକାଳ ୮ଯାଏ କର୍ଫ୍ୟୁ ଲଗାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories