www.samajalive.in
Saturday, December 13, 2025
15.1 C
Bhubaneswar

ୟୁକ୍ରେନକୁ ୩୫୦ ମିଲିୟନ ଡଲାର ମୂଲ୍ୟର ଅସ୍ତ୍ର ଦେବ ଆମେରିକା

କିଭ୍‍: ୟୁକ୍ରେନକୁ ସାହାଯ୍ୟ କରିବ ଆମେରିକା । ଆମେରିକାର ରାଷ୍ଟ୍ରପତି ଜୋ ବିଇଡେନ ୟୁକ୍ରେନକୁ ସାହାଯ୍ୟ କରିବା ନେଇ ଘୋଷଣା କରିଛନ୍ତି । ଆମେରିକାର ଅସ୍ତ୍ରଶସ୍ତ୍ରରୁ ଅତିରିକ୍ତ ୩୫୦ ମିଲିୟନ ଡଲାର ମୂଲ୍ୟର ଅସ୍ତ୍ର ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ ଏହି ଅନୁମୋଦନ ଅନୁଯାୟୀ ଖୁବଶୀଘ୍ର ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପଠାଯିବ । ପାଶ୍ଚାତ୍ୟ ଦେଶରୁ ଜାଭେଲିନ୍ ଆଣ୍ଟି ଟ୍ୟାଙ୍କ ସିଷ୍ଟମ ଏବଂ ଷ୍ଟିଙ୍ଗର କ୍ଷେପଣାସ୍ତ୍ର ୟୁକ୍ରେନ ଦାବି କରିଛି । ଏହି ଚାହିଦା ଅନୁଯାୟୀ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ ୟୁକ୍ରେନକୁ ୧୦୦୦ ଆଣ୍ଟି-ଟ୍ୟାଙ୍କ ସିଷ୍ଟମ ଏବଂ ୫୦୦ ଷ୍ଟିଙ୍ଗର କ୍ଷେପଣାସ୍ତ୍ର ଯୋଗାଣ ଘୋଷଣା କରିଛନ୍ତି ।

- Advertisement -

ୟୁକ୍ରେନଙ୍କ ଅନୁରୋଧ କ୍ରମେ ଫ୍ରାନ୍ସ, ବେଲଜିୟମ, ପୋଲାଣ୍ଡ, ଚେକ୍ ରିପବ୍ଲିକ୍ ଏବଂ ନେଦରଲ୍ୟାଣ୍ଡ ମଧ୍ୟ ତୁରନ୍ତ ଅସ୍ତ୍ରଶସ୍ତ୍ର ସ୍ଥାନାନ୍ତର କରିବାକୁ ଘୋଷଣା କରିଛନ୍ତି । ଏଥି ପାଇଁ ଆମେରିକା ରାଷ୍ଟ୍ରପତି ମଧ୍ୟ ପଦକ୍ଷେପ ନେଇଥିବା ଦେଖିବାକୁ ମିଳିଛି । ରୁଷ ଆକ୍ରମଣ ବିରୋଧରେ ପ୍ରାରମ୍ଭିକ ସହାୟତା ପାଇଁ ବିଡେନ୍ ପ୍ରଶାସନ ଆମେରିକା ସଂସଦକୁ ୬.୪ ବିଲିୟନ ଡଲାର ମାଗିଛି । କୁହାଯାଉଛି ଯେ ଏହି ୬.୪ ବିଲିୟନ ଡଲାର ମୁଖ୍ୟତ ସାମରିକ ଏବଂ ମାନବିକ ସହାୟତା ପାଇଁ ବ୍ୟବହୃତ ହେବ । ସେଥିମଧ୍ୟରୁ ୩୫୦ ମିଲିୟନ ଡଲାର ମୂଲ୍ୟର ଅର୍ଥ ୟୁକ୍ରେନକୁ ସହାୟତା କରିବ ଆମେରିକା ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories