www.samajalive.in
Thursday, December 11, 2025
27.1 C
Bhubaneswar

ଦେଓଗାଁ ବ୍ଳକ ୧୨ ନମ୍ବର ଜିଲ୍ଲାପରିଷଦ ଜୋନରୁ ବିଜେଡିର ମମତା କୁମୁରା ବିଜୟୀ

ଦେଓଗାଁ: ଦେଓଗାଁ ବ୍ଲକରେ ଗତ ୨୨ତାରିଖରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି ଶନିବାର ୧୦ଟାରୁ ଦେଓଗାଁ ବ୍ଲକରେ ଆରମ୍ଭ ହୋଇ ରାତି ୨ଟାରେ ଶେଷ ହୋଇଛି। ୧୨ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ମମତା କୁମୁରା ୮୦୨୩ ଖଣ୍ଡ ଭୋଟ ପାଇ ଆଗୁଆ ଥିବା ବେଳେ କଂଗ୍ରେସର କବିତା ଭୋଇ ୬୬୪୨ ଖଣ୍ଡ ପାଇ ଦ୍ଵିତୀୟ ସ୍ଥାନରେ ଥିବା ବେଳେ ବିଜେପିର ତୁଲାନ୍ଦ୍ରୀ କୁଅଁର ୪୬୩୫ଖଣ୍ଡ ଭୋଟ ପାଇ ପଛକୁ ରହିଛନ୍ତି। ଏହି ଜୋନରୁ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ପାଖକୁ ୧୦ହଜାର ୩୨୧, କଂଗ୍ରେସକୁ ୮୧୪୦ ଓ ବିଜେପିକୁ ୭ହଜାର ୧୭୫ଖଣ୍ଡ ଭୋଟ ଯାଇଥିବା ବେଳେ ସ୍ବାଧୀନ ଦଳକୁ ୪୧୬ଖଣ୍ଡ ଭୋଟ ଯାଇଥିଲା।

ଚଳିତ ନିର୍ବାଚନରେ ବିଜେଡ଼ିକୁ ବିରୋଧ କରିଥିବାବେଳେ କଂଗ୍ରେସର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ, ବିଜେଡି ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ, ବିଜେପି ପୂର୍ବ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ, ପୂର୍ବ ସାଂସଦ କଲିକେଶ ନାରାୟଣ ସିଂଦେଓ ଡେରା ପକାଇ ପ୍ରଚାର କରିଥିଲେ। ସେହିପରି ୧୨ ନମ୍ବର ଜୋନରେ ଥିବା ୧୩ପଞ୍ଚାୟତ ଯଥା ହାତୀସରା ପଞ୍ଚାୟତରେ ସରପଞ୍ଚ କେଲୋ ଡାଙ୍ଗ ସମିତିସଭ୍ୟ ବିଶ୍ଵଜିତ ପାତ୍ର, ଧଣ୍ଡାମାଲରେ ସରପଞ୍ଚ ସଞ୍ଜୁ ଶିଖା, ସମିତି ସଭ୍ୟ ଶଙ୍କର ମୁଦୁଲି, ସିଂହାମୁଣ୍ଡାରେ ସରପଞ୍ଚ ଜାନବୀ ମାହାଣା ସମିତିସଭ୍ୟ ଚନ୍ଦ୍ରମା ଧରୁଆ ସାରସମାଲରେ ସରପଞ୍ଚ ଗୋପାଳ ବାଗ, ସମିତି ସଭ୍ୟା ପଙ୍କଜିନି ଖମାରୀ ବିଜୟୀ ହୋଇଛନ୍ତି। ବ୍ରାମଣିଜୋରରେ ସରପଞ୍ଚ ମହେନ୍ଦ୍ର ମଲ୍ଲିକ, ସମିତିସଭ୍ୟ ଦୟାନିଧି ଖମାରୀ, ଲଣ୍ଡାପଥରରେ ସରପଞ୍ଚ ଦେବନ୍ତି ଖେତୀ, ସମିତି ସଭ୍ୟ ବିକାଶ ଭୋଇ, ସିକୁଆଁରେ ସରପଞ୍ଚ ରାଜକିଶୋର ଭୋଇ, ସମିତି ସଭ୍ୟା ଟୁନି ସେଠ, ବଡବନ୍ଧ ସରପଞ୍ଚ ଜଗୁ ମେହେର, ସମିତି ସଭ୍ୟା ସୁପ୍ରଭା ସିଂହଦେଓ, ଦେଷଣ୍ଡ ସରପଞ୍ଚ ଯଶୋଦା ମେହେର ରୁଦନା ଧରୁଆ ଡୁମେରପିଟା ସରପଞ୍ଚ ବାସନ୍ତୀ ପଟେଲ, ସମିତି ସଭ୍ୟ ସଂକୀର୍ତ୍ତନ ବାଗ, ରାମଚନ୍ଦ୍ରପୁର ସରପଞ୍ଚ ପଦ୍ମିନୀ ମିଶ୍ର, ସମିତିସଭ୍ୟ ସମ୍ଭୁ ଭୋଇ, କୁତୁର୍ଲା ସରପଞ୍ଚ ତେଜ ହରପାଲ, ସମିତି ସଭ୍ୟା ପଙ୍କଜିନୀ ଛତରିଆ, ବନ୍ଧପଡ଼ା ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର ସମିତି ସଭ୍ୟ କାନ୍ତେଶ୍ୱର ପଧାନ ବିଜୟୀ ହୋଇଥିବା ଜଣାପଡିଛି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories