www.samajalive.in
Saturday, December 13, 2025
26.1 C
Bhubaneswar

‘ୟୁକେନର ବିନାଶକୁ ନେଇ ଭାରତ ଦୁଃଖିତ’

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନକୁ ଯୁଦ୍ଧ ପ୍ରସଙ୍ଗକୁ ନେଇ ଭାରତ ତାର ବିବୃତି ରଖିଛି । ଭାରତ କହିଛି ୟୁକେନର ଏହି ବିନାଶକୁ ନେଇ ଭାରତ ଦୁଃଖିତ ଓ ଚିନ୍ତିତ ଅଛି । ଏହି ଶତ୍ରୁତାକୁ ତୁରନ୍ତ ଶେଷ କରାଯାଉବୋଲି ଭାରତ ଦୁଇ ଦେଶକୁ ଅପିଲ କରିଛି । ତିରୁମୂର୍ତ୍ତି ଆହୁରି କହିଛନ୍ତି ଏହା ଦୁଃଖର ବିଷୟ ହିଂସା ଏବଂ ଶତ୍ରୁତାକୁ ତୁରନ୍ତ ଦୂର କରିବା ପାଇଁ ସମସ୍ତ ସଦସ୍ୟ ଦେଶ ଉଦ୍ୟମ କରିବା ଉଚିତ  । ମାନବର ଜୀବନ ବଳିଦାନରେ କୌଣସି ସମସ୍ୟାର ସମାଧାନ ହେବନାହିଁ ।

୨୪ ଫେବ୍ରୁଆରୀରେ ୟୁକ୍ରେନ୍‍ ଉପରେ ରୁଷ ଆକ୍ରମଣ କାରିଛି । ପରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଲାଗିରହିଛି । ତିରୁମୂର୍ତ୍ତି ଏହି ଘଟଣାକୁ ନେଇ ଭାରତୀୟ ଛାତ୍ର ଛାତ୍ରୀଙ୍କ କଥା ମଧ୍ୟ ଉଠାଇଛନ୍ତି । ସେ କହିଛନ୍ତି ୟୁକ୍ରେନରେ ଭାରତୀୟ ସମ୍ପ୍ରଦାୟ ଏବଂ ଛାତ୍ରଛାତ୍ରୀ ଫସି ରହିଛନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଭାରତ ଚିନ୍ତା ପ୍ରକଟ କରୁଛି । ସେମାନଙ୍କୁ ସୁରକ୍ଷା ଅନୁସାରେ ସ୍ୱଦେଶ ଫେରାଇ ଆଣିବାକୁ ମଧ୍ୟ ଉଦ୍ୟମ କରାଯାଉଛି । ତାହା ସହ କୂଟନୈତିକ ପଥକୁ ଫେରିବା ପାଇଁ ରୁଷ ଏବଂ ୟୁକ୍ରେନକୁ ନିବେଦନ କରିଛନ୍ତି ତିରୁମୂର୍ତ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories