www.samajalive.in
Friday, December 12, 2025
16.1 C
Bhubaneswar

ବରିଷ୍ଠ ନାଗରିକଙ୍କ ପାଇଁ ଭୁବନେଶ୍ୱରରେ ଖୋଲିଲା ‘ପୋଡକାଷ୍ଟ କେନ୍ଦ୍ର’

ଭୁବନେଶ୍ୱର: ଏନଆରସିଡବ୍ଲ୍ୟୁଡି ଦ୍ୱାରା ପରିଚାଳିତ ଆରଆରଟିସି ତରଫରୁ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ସାମାଜିକ ପ୍ରତିରକ୍ଷା ସଂସ୍ଥା ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟ ଏବଂ ମିଡିଆ ଫର୍ କମ୍ୟୁନିଟି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଲୁମ୍ବିନୀବିହାରସ୍ଥ ଆଞ୍ଚଳିକ ସାଧନ ଓ ପ୍ରଶିକ୍ଷଣ କେନ୍ଦ୍ରଠାରେ ଓଡିଶାରେ ବରିଷ୍ଠ ନାଗରିକଙ୍କ ପାଇଁ ପୋଡକାଷ୍ଟ କେନ୍ଦ୍ର ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇ କହିଥିଲେ ଯେ ଆଧୁନିକ ସମାଜରେ ନିଜର ପୁଅଝିଅ ବୟସ୍କ ପିତାମାତାଙ୍କୁ ନ ପଚାରିବା ବା ତାଙ୍କର ଯତ୍ନ ନେଉ ନଥିବା ଅନେକ ନଜିର ରହିଛି। ସେଥିପାଇଁ ବରିଷ୍ଠ ନାଗରିକମାନଙ୍କୁ ଏକ ସୁଖଶାନ୍ତି ଜୀବନ ଯାପନ ଲାଗି ସରକାର ଅନ୍ୟ ଦିଗ ଉପରେ ଚିନ୍ତନ କରିଛନ୍ତି, ସେଥିମଧ୍ୟରୁ ଉଭୟ ରାଷ୍ଟ୍ରୀୟ ସାମାଜିକ ପ୍ରତିରକ୍ଷା ସଂସ୍ଥାନ, ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟ ଓ ମିଡିଆ ଫର କମ୍ୟୁନିଟି ଫାଉଣ୍ଡେସନର ମିଳିତ ଉଦ୍ୟମରେ ଭାରତରେ ୧୦ଟି ପୋଡକାଷ୍ଟ କେନ୍ଦ୍ର ସ୍ଥାପିତ ହୋଇଛି। ଏହି ପୋଡକାଷ୍ଟ କେନ୍ଦ୍ରରେ ବରିଷ୍ଠ ନାଗରିକମାନେ ସେମାନଙ୍କର ଅଭିଜ୍ଞତାକୁ ସାରା ଭାରତରେ ସେୟାର କରିପାରିବେ। ଋଷି ଓ ସନ୍ନ୍ୟାସୀଙ୍କ ପରି ବରିଷ୍ଠ ନାଗରିକମାନେ ବଞ୍ଚିବା ପାଇଁ ଉଦ୍ୟମ କରିବା ଉଚିତ୍। ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ସୁଖଶାନ୍ତି ପାଇଁ ସରକାରଙ୍କ ପୋଡକାଷ୍ଟ କେନ୍ଦ୍ର ପ୍ରତିଷ୍ଠା ନିଶ୍ଚିତଭାବେ ଏକ ଗଠନ ମୂଳକ ଉଦ୍ୟମ। ବରିଷ୍ଠ ନାଗରିକମାନେ ଏହାର ଫାଇଦା ପାଇପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

 

- Advertisement -

ଅନ୍ୟମାନଙ୍କ ମଧ୍ୟରେ ମିଡିଆ ଫର କମ୍ୟୁନିଟି ଫାଉଣ୍ଡେସନର ସଙ୍କେତ ମହାଜନ, ଓଡିଶା ଗୋଷ୍ଠୀ ବେତାର ସଙ୍ଗଠନର ସଭାପତି ଡ. ଶିଶିର ଦାସ, ରେଡିଓ ବୁଲ୍ବୁଲ, ଓଡିଶା ଗୋଷ୍ଠୀ ବେତାର ସଙ୍ଗଠନର ସମ୍ପାଦକ ଶେଖ୍ ମହମ୍ମଦ ନିଆଜ୍ ଏବଂ ରେଡିଓ ସୋଆର ଶୁଭ୍ରସ୍ମିତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ତମ୍ଭକାର ନାଗେଶ୍ୱର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାସନ୍ତୀ ବେହେରା, ପ୍ରେରଣା ଦାଶ, ଲୀତା ପ୍ରହରାଜ, ଗୀତା ପ୍ରହରାଜ, ସାଗର ରାଉତରାୟ, କୁନି ଦେଇ, ଆନନ୍ଦ ଚନ୍ଦ୍ର ପଟ୍ଟନାୟକ, ଯୋଗେଶ ଚନ୍ଦ୍ର ନାୟକ, ରାଜେଶ କୁମାର ଦାସ, ସଂଯୁକ୍ତା ରାଣୀ ଦାଶ, ନିରାକାର ଦାଶ, ପଦ୍ମିନୀ ରାଉତ, ବର୍ଷା ସାହୁ, ସମୀର ପରିଡା, ସନ୍ତୋଷ କୁମାର ବେହେରା, ଅଞ୍ଜଳି ନାୟକ ପ୍ରମୁଖ ଯୋଗଦେଇଥିଲେ। ଏନ୍ଆରସିଡବ୍ଲୁଡିର ଯୁଗ୍ମ ସମ୍ପାଦିକା ଶର୍ମିଲୀ ପରିଡା ସ୍ୱାଗତ ଭାଷଣ ଦେଇଥିବା ସମ୍ପାଦକ ସୁକାନ୍ତ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories