www.samajalive.in
Saturday, December 13, 2025
21.1 C
Bhubaneswar

ମୃତ୍ୟୁ ପରେ ଶିକ୍ଷକଙ୍କ ୨ ଆଖି ଦାନ କଲେ ପରିବାର

ବଲାଙ୍ଗିର : ବଲାଙ୍ଗିର ଜିଲା ସଇଁନ୍ତଲା ପଞ୍ଚାୟତ ସମିତିର ଛନଛଡା ଗାଁର ସୁଦାମ ଚରଣ ପୁରୋହିତ ଗତ ୨୨ ତାରିଖରେ ଦେଓଗାଁରେ ଚତୁର୍ଥ ପର୍ଯ୍ୟାୟ ଓ ୨୪ ତାରିଖରେ ଟିଟିଲାଗଡରେ ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ପ୍ରିଜାଇଡିଂ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଗୁରୁବାର ନିର୍ବାଚନ ପରେ ଆବଶ୍ୟକ ନିର୍ବାଚନୀ ଦସ୍ତାବେଜ ହସ୍ତାନ୍ତର କରି ସେ ବାଇକରେ ଘରକୁ ଫେରୁଥିଲେ। ଟିଟିଲାଗଡ-ସଇଁନ୍ତଲା ମଝିରେ ଥିବା ଗୋଏଲଭାଡି ଛକ ନିକଟରେ ପୁଲିସ ବସ୍ ଅଚାନକ ଅଟକି ଯିବାରୁ ସେ ବାଇକ୍ ସହ ବସରେ ପିଟି ହୋଇଯାଇଥିଲେ । ପ୍ରଥମେ ତାଙ୍କୁ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ଅଣାଯାଇଥିଲା । ଗୁରୁବାର ରାତିରେ ଡାକ୍ତର ଶିକ୍ଷକ ଶ୍ରୀ ପୁରୋହିତଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ପରିବାର ଲୋକେ ମହତ କାର୍ଯ୍ୟ କରିଛନ୍ତି । ଭୁବନେଶ୍ୱରର ଦୃଷ୍ଟି ଆଇ(ଆଖି) ବ୍ୟାଙ୍କକୁ ତାଙ୍କ ଦୁଇ ଆଖି ଦାନ କରାଯାଇଛି।

ଶୁକ୍ରବାର ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି। ଶବ ବ୍ୟବଚ୍ଛେଦ ପରେ ସେ କାର୍ଯ୍ୟ କରୁଥିବା ବାଳିକା ବିଦ୍ୟାଳୟକୁ ନିଆଯାଇଥିଲା। ସେଠାରେ ସଇଁନ୍ତଲା ପଞ୍ଚାୟତ ସମିତିର ବିଭିନ୍ନ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅନ୍ୟମାନେ ଶେଷ ଦର୍ଶନ କରିଥିଲେ। ଏହାପରେ ଘରକୁ ନିଆଯିବା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଆଜି ତାଙ୍କର ଶେଷକୃତ୍ୟ କରାଯାଇଛି । ତାଙ୍କୁ କ୍ଷତିପୂରଣ ଦିଆଯିବା ସହ ସ୍ୱର୍ଗତ ପୁରୋହିତଙ୍କ ପତ୍ନୀଙ୍କୁ ଚାକିରି ଦେବାକୁ ଦାବି ହୋଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories