www.samajalive.in
Saturday, December 13, 2025
26.1 C
Bhubaneswar

ଗଡିଲା ପଲ୍‌ସ ପୋଲିଓ ସଚେତନତା ରଥ

କଲମପୁର: ଜୀବନ ପାଇଁ ଦୁଇ ବୁନ୍ଦା। ଜନ୍ମରୁ ୫ ବର୍ଷର ଶିଶୁଙ୍କୁ ଅତ୍ୟନ୍ତ ଜରୁରୀ ପୋଲିଓ ଦୁଇ ବୁନ୍ଦା। ୨୫ ଫେବୃଆରୀରୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆରମ୍ଭ ହେଇଛି ପଲସ ପୋଲିଓ ସଚେତନତା ରଥ। ଏକ ସପ୍ତାହ ବ୍ୟାପି ଏହି ରଥ ବ୍ଲକର ୧୧ ଗୋଟି ପଞ୍ଚାତର ୫୫ ଖଣ୍ଡ ରାଜସ୍ୱ ଗ୍ରାମ ସମେତ ସମସ୍ତ ଉପଗ୍ରାମ ପରିକ୍ରମା କରିବା ସହ ଲୋକଙ୍କୁ ପଲସ ପୋଲିଓ ନେଇ ସଚେତତାର ବାର୍ତ୍ତା ଦେବ। ଜନ୍ମରୁ ୫ ବର୍ଷର ସମସ୍ତ ଶିଶୁ ଦୁଇ ବୁନ୍ଦା ପୋଲିଓ ସେବନ କରିବେ। ଯାହା ଜୀବନ ପାଇଁ ଆବଶ୍ୟକ। ପୋଲିଓ ମୁକ୍ତ ହେବ ଭାରତ ଏହି ଲକ୍ଷ୍ୟ ନେଇ ଚାଲିଛି ଏହି ଅଭିଯାନ। ପ୍ରତ୍ୟେକ ଗାଁରେ କାର୍ଯ୍ୟରତ ଆଶା, ଅଙ୍ଗନବାଡି ଓ ସ୍ୱାସ୍ଥ୍ୟ କର୍ମୀ ପ୍ରତ୍ୟେକ ପରିବାରକୁ ଯାଇ ଶିଶୁ ମାନଙ୍କୁ ଏହି ପୋଲିଓ ବୁନ୍ଦା ପାନ କରାଇବେ। ଏହି ସଚେତନ ରଥକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଶିବାଶିଷ ସ୍ୱାଇଁ, ଡା. ସମ୍ବିତ ମହାନ୍ତି, ଡା. ମୃତ୍ୟୁଞ୍ଜୟ ମହାନ୍ତି, ଡା. ଅମିୟ କୁମାର ଜଗଦଲା, ଡା.ଜ୍ୟୋତିକ୍ରିଷ୍ଣା ମାଝୀ ପ୍ରମୁଖ ଉପସ୍ଥିତ ରହି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଲଏଚଭି କଲିଥା ମିଞ୍ଜ ଓ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ଅଧିକାରୀ ହେମନ୍ତ ଶଗଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories