ଫେବୃଆରୀ ୨୭ରୁ ଆରମ୍ଭ ହେବ କୋଭିଡ ଟୀକାକରଣ ଓ ପଲ୍‌ସ ପୋଲିଓ ବୁନ୍ଦା ଅଭିଯାନ

ଯାଜପୁର : ପଲ୍ସ ପୋଲିଓ, ମିଶନ ଇନ୍ଦ୍ରଧନୁଷ କୋଭିଡ ଟୀକାକରଣକୁ ବ୍ୟାପକ କରିବା ସହ ଯେପରି ପ୍ରତ୍ୟେକ ହିତାଧିକାରୀ ଏହାକୁ ଗ୍ରହଣ କରନ୍ତି ତାହା ନିଶ୍ଚିତ କରିବାକୁ ଟୀକାକରଣ ସଂପର୍କିତ ଟାସ୍କଫୋର୍ସ କମିଟି ବୈଠକରେ ପରାମର୍ଶ ଦେଇଚ୍ଥନ୍ତି । ଅତିରିକ୍ତ ଜିଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଟାସ୍କଫୋର୍ସ କମିଟି ବୈଠକରେ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ମଲ୍ଲିକ କୋଭିଡର ଭୟାବହତା ସଂପର୍କରେ ଆଲୋକପାତ କରିବା ସହ ଏହା କିପରି ମାନବ ସମାଜରେ ଆତଙ୍କ ସୃଷ୍ଟି କରିଛି ଓ ଏହା ଯୋଗୁ କିପରି ଅର୍ଥନୀତି ଦୁର୍ବଳ ହୋଇଛି ତାହା ଆଲୋକପାତ କରିଥିଲେ। ତେଣୁ କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଟୀକାକରଣ ଜରୁରୀ ବୋଲି କହିଥିଲେ। ଏଥିପାଇଁ ଏବେ ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଟୀକାକରଣ ଆରମ୍ଭ ହେବ। ସେହିପରି ଚଳିତ ମାସ ୨୭ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ପଲ୍‌ସ ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ। ଏହି ଦୁଇଟି ଟୀକାକରଣ ଅଭିଯାନରେ କିଭଳି ଶତକଡା ଶହେ ଭାଗ ସଫଳତା ହାସଲ କରିହେବ ସେଥିପାଇଁ ଉଦ୍ୟମ ଜାରି ରଖିବା ଦରକାର ବୋଲି କହିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଡା. ବି.ଏନ. ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଡିପିଏଚଓ ଡା. ଶିବାଶିଷ ମହାରଣା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରାଜ୍ୟ ସଂଯୋଜକ ଡା. ଦୀପକ କୁମାର କର, ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଡିପିଏମ ଚିନ୍ମୟ ବରାଳ, ଆଇସିଏ ଶୁଭ୍ରଜିତ୍ ପୃଷ୍ଟି, ସମସ୍ତ ମେଡିକାଲ ଅଫିସର ଓ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଯାଜପୁର ଜିଲାର ମୋଟ ଜନସଂଖ୍ୟା ମୋଟ ୨୦୧୬୧୩୩ ହୋଇଥିବାବେଳେ ୧୨ଟି ରିପୋର୍ଟିଂ ୟୁନିଟ, ୪୮ଟି ଆଇଏଲଆରପଏଣ୍ଟ , ୨୭୧ଟି ସବ ସେଣ୍ଟର ରହିଛି। ଜନ୍ମରୁ ୫ ବର୍ଷ ବୟସର ୧୮୧୩୩୪ ଶିଶୂଙ୍କୁ ମୋଟ ୮୪୬ଟି ବୁଥରେ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଏଥିପାଇଁ ୩୩୮୪ ସଦସ୍ୟଙ୍କୁ ନିୟୋଜିତ କରାଯିବାକୁ ଥିବାବେଳେ ୧୬୫ ଜଣ ସୁପରଭାଇଜର ତଦାରଖ କରିବେ। ୩୫ ଟି ଟ୍ରାଞ୍ଜିଟ୍ ପଏଣ୍ଟ ଓ ୨୧ ଟି ମୋବାଇଲ ଟିମ ଏହି ପୋଲିଓ ବୁନ୍ଦା ପ୍ରଦାନ କାର୍ୟ୍ୟରେ ମଧ୍ୟ ନିୟୋଜିତ ରହିବେ। ଚଳିତ ମାସ ୨୭ ତାରିଖରେ ବୁଥ ମାନଙ୍କରେ ଓ ପରବର୍ତ୍ତି ଦୁଇଦିନ ଅର୍ଥାତ୍ ୨୮ ତାରିଖ ଓ ମାର୍ଚ୍ଚ ୧ ତାରିଖରେ ଘରକୁ ଘର ବୁଲି ସଦସ୍ୟମାନେ ପୋଲିଓ ବୁନ୍ଦା ପ୍ରଦାନର ବ୍ୟବସ୍ଥା କରାଯାଇଛି ବୋଲି ଜିଲା ମୁଖ୍ୟ ଚିକିôସାଧିକାରୀ ଡା. ବାରିକ ସୂଚନା ଦେଇଛନ୍ତି। ସେହିପରି ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମରେ ୧୩୬୪ ଶିଶୁ ଓ ୧୯୪ ଗର୍ଭବତୀ ମହିଳାଙ୍କୁ ସାମିଲ କରାଯାଇଛି। କୋଭିଡ ଟୀକାକରଣ ୧୮ ବର୍ଷରୁ ଊର୍ଦ୍ଧ୍ବ ୧୩୯୫୦୯୭ ଜଣ ପ୍ରଥମ, ୧୧୫୨୪୭୩ ଜଣ ଦ୍ୱିତୀୟ ଡୋଜ ନେଇଥିବା ବେଳେ ୧୫ ରୁ ୧୮ ବର୍ଷ ବୟସର ୮୫୯୦୫ ଜଣ ପ୍ରଥମ ଓ ୪୨୭୬୨ ଜଣ ଦ୍ୱିତୀୟ ଡୋଜ ଟୀକା ନେଇଚ୍ଥନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ପଲ୍ସ ପୋଲିଓ ବୁନ୍ଦା ଗ୍ରହଣ ଓ ଟୀକାକରଣ ପ୍ରତ୍ୟେକ କରାଇ ନେବାକୁ ଅତିରିକ୍ତ ଜିଲାପାଳ ଶ୍ରୀ ମଲ୍ଲିକ ଅନୁରୋଧ କରିଚ୍ଥନ୍ତି।

Comments are closed.