www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରେମ ପାଇଁ ଶିକ୍ଷକଙ୍କୁ ହତ୍ୟା ମାମଲା : ପ୍ରେମିକା ଗିରଫ, ହତ୍ୟାକାରୀ ଭିଣୋଇ ଫେରାର

ବଲାଙ୍ଗିର/ଗୁଡଭେଲା : ବୌଦ୍ଧ ଜିଲା କଣ୍ଟାମାଳ ଥାନା ଉଡେର୍ ଗାଁର ସହକାରୀ ଶିକ୍ଷକ ବାସୁଦେବ ଭୋଇଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ବଲାଙ୍ଗିର ଜିଲା ତୁଷୁରା ଥାନା କର୍ଲାଖମନ ସ୍ଥିତ ରାହୁଲ ନଦୀ କୂଳରୁ ମିଳିଥିଲା । ଏହି ହତ୍ୟାକାଣ୍ଡ ପ୍ରେମଜନିତ ହୋଇଥିବା ତୁଷୁରା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ମୃତ ଶିକ୍ଷକଙ୍କ ପ୍ରେମିକା ଓ ବାପା-ମା’ଙ୍କୁ ପୁଲିସ ଅଟକ ରଖି ପଚରା ଉଚୁରା କରିଥିବା ବେଳେ ପ୍ରେମିକା ହତ୍ୟାକାଣ୍ଡର ବିସ୍ତୃତ ସୂଚନା ଦେଇଛି। ପୁଲିସ ପ୍ରେମିକାକୁ ଗିରଫ କରି ବିଚାର ପାଇଁ ନ୍ୟାୟାଳୟକୁ ପଠାଇଛି । ତେବେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ପ୍ରେମିକାର ଭିଣୋଇ ଘଟଣା ପରେ ଫେରାର ରହିଛି।
ଗତ ୧୨ ତାରିଖରେ ଶିକ୍ଷକ ଶ୍ରୀ ଭୋଇ ସନ୍ଧିସରା ଗାଁରେ ରହୁଥିବା ନିଜ ପିଉସୀ ପୁଅ ଭାଇଙ୍କ ପାଖକୁ ଯାଇଥିଲେ। ସେଠାରୁ ସେ କୌଣସି କାମରେ ବଲାଙ୍ଗିର ଜିଲା ତୁଷୁରା ଥାନା କର୍ଲାଖମନ ଗାଁକୁ ଆସିଥିଲେ। ଏହାପରେ ସେ ଘରକୁ ଫେରି ନଥିଲେ। ତାଙ୍କ ଘର ଲୋକ କର୍ଲାଖମନ ଓ ଅନ୍ୟାନ୍ୟ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଶ୍ରୀ ଭୋଇଙ୍କ ଖୋଜଖବର ପାଇ ନଥିଲେ ଓ କଣ୍ଟାମାଳ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ଗତ ବୁଧବାର ସନ୍ଧ୍ୟାରେ କର୍ଲାଖମନ ରାହୁଲ ନଦୀ କୂଳ ବରିଘାଟ ପାଖ ନାଳରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ତୁଷୁରା ପୁଲିସକୁ ଖବର ଦେଇଥିଲେ । ଶିକ୍ଷକ ଶ୍ରୀ ଭୋଇଙ୍କ ପରିବାର ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତାହା ବାସୁଦେବଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ । ପରିବାର ଲୋକେ ତୁଷୁରା ଥାନାରେ ତାଙ୍କ ପୁଅକୁ ହତ୍ୟା କରି ଅପରାଧ ଲୁଚାଇବା ପାଇଁ ପୋଡି ଦେଇଥିବା ଅଭିଯୋଗ କରିଥିଲେ। ପୁଲିସ ମାମଲାର ଗୁରୁତ୍ୱକୁ ବିଚାର କରି ଅଧିକ ଖୋଳତାଡ ଆରମ୍ଭ କରିଥିଲା। ଶିକ୍ଷକ ଶ୍ରୀ ଭୋଇ କର୍ଲାଖମନ ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଗତ ୧୨ ତାରିଖ ରାତିରେ ତାଙ୍କ ପ୍ରେମିକା ଶ୍ରୀ ଭୋଇଙ୍କୁ ଫୋନ୍ କରି ଭେଟିବାକୁ କହିଥିଲେ। ଶିକ୍ଷକଙ୍କ ବିବାହ ଅନ୍ୟଜଣେ ଯୁବତୀଙ୍କ ସହ ସ୍ଥିର ହୋଇ ସାରିଥିବାରୁ ଏହା ଶେଷ ସାକ୍ଷାତ ହେବ ବୋଲି ପ୍ରେମିକା କହି ତାଙ୍କୁ ଡାକିଥିଲେ। ଶିକ୍ଷକ ଶ୍ରୀ ଭୋଇ ତାଙ୍କ ୨ଜଣ ଚିହ୍ନା ଲୋକଙ୍କ ସହ କର୍ଲାଖମନକୁ ଆସିଥିଲେ। ୨ଜଣଙ୍କୁ କିଛି ଦୂରରେ ରହିବାକୁ କହି ସେ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ। ସେଠାରୁ ସେ ନଫେରିବାରୁ ୨ଜଣ ପଳାଇ ଆସିଥିଲେ।

ଦୁହିଁଙ୍କ ସାକ୍ଷାତ ସ୍ଥାନ ଓ ମୃତଦେହ ପଡିଥିବା ସ୍ଥାନରୁ ଚୁଡି, ଶିକ୍ଷକଙ୍କ ମୋବାଇଲ ଅଧା ପୋଡା ଅବସ୍ଥାରେ ମିଳିଥିଲା। ପୁଲିସ ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ଡକାଇ ସରଜମିନ ଯାଞ୍ଚ କରିଥିଲା । ସନ୍ଧାନୀ କୁକୁର ପ୍ରେମିକା ଘର ନିକଟରେ ପହଞ୍ଚିବା ପରେ ପୁଲିସର ସନ୍ଦେହ ଦୃଢ ହୋଇଥିଲା। ପ୍ରେମିକା ଓ ତାଙ୍କ ବାପା-ମା’ଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲା । ମୃତ ଶିକ୍ଷକ ଶ୍ରୀ ଭୋଇ ଚୁଡି ଓ ସିନ୍ଦୁର ଧରି ପ୍ରେମିକାଙ୍କ ପାଖକୁ ଯାଇଥିଲେ। ବିବାହ କରିବାକୁ ଅନୁରୋଧ କରିଥିଲେ । ସେହି ସମୟରେ ପ୍ରେମିକାଙ୍କ ଭିଣୋଇ ଏକ ଶାବଳରେ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ। ତେବେ ଶିକ୍ଷକଙ୍କ ମୃତଦେହକୁ ପୋଡିବା ଘଟଣାରେ କେବଳ ଭିଣୋଇ ନୁହନ୍ତି, ଅନ୍ୟମାନଙ୍କ ସଂପୃକ୍ତି ନେଇ ପୁଲିସ ସନ୍ଦେହ କରୁଛି । ପୁଲିସ ପ୍ରେମିକାଙ୍କୁ ଗିରଫ କରିଥିବା ବେଳେ ଭିଣୋଇ ଫେରାର ହୋଇଯାଇଛନ୍ତି। ପୁଲିସ ଭିଣୋଇଙ୍କୁ ଗିରଫ କରିବା ପାଇଁ ତନାଘନା ଚଳାଇଛି । ଅନ୍ୟ କେଉଁମାନେ ଏଥିରେ ସଂପୃକ୍ତ ତୁଷୁରା ପୁଲିସ ତାହା ମଧ୍ୟ ଖୋଜୁଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories