www.samajalive.in
Monday, December 8, 2025
17.1 C
Bhubaneswar

ନବରଙ୍ଗପୁରରେ ୮୨.୯୬ ପ୍ରତିଶତ ମତଦାନ, ଭୋଟ ବାକ୍ସରେ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ

ନବରଙ୍ଗପୁର: ନବରଙ୍ଗପୁର ଜିଲାର ୧୦ଟି ବ୍ଲକରେ ପଞ୍ଚମ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ତେବେ ଜିଲା ପ୍ରଶାସନ ପକ୍ଷରୁ ଚୁଡାନ୍ତ ସୂଚନା ଅନୁସାରେ ଜିଲାରେ ମୋଟ ୮୨.୯୭ ପ୍ରତିଶତ ମତଦାନ ହୋଇଛି। ଜିଲାରେ ମୋଟ ୭୮୮୨୪୧ ଭୋଟର ରହିଥିବାବେଳେ ସେଥିମଧ୍ୟରୁ ମୋଟ ୬୫୩୮୯୨ ଜଣ ଭୋଟ ଦେଇଛନ୍ତି। ଜିଲାରେ ମୋଟ ୨୨୨୭ଟି ବୁଥରେ ଭୋଟ ଗ୍ରହଣ କରାଯାଇଛି। ଜିଲାର ଚନ୍ଦାହାଣ୍ଡି ବ୍ଲକରେ ୮୧.୦୮ ପ୍ରତିଶତ ଭୋଟ ଦାନ ହୋଇଥିବାବେଳେ ଝରିଗାଁରେ ୮୦.୨୫, ଉମରକୋଟରେ ୮୪.୬୪, ରାଇଘରରେ ୮୦.୬୫, ଡାବୁଗାଁରେ ୮୫.୧୮, ପାପଡାହାଣ୍ଡି ୮୨.୪୩, କୋଷାଗୁମୁଡା ୮୫.୫୨, ତେନ୍ତୁଳିଖୁଣ୍ଟି ୮୧.୮୯, ନନ୍ଦାହାଣ୍ଡି ୮୧.୫୨ ଓ ନବରଙ୍ଗପୁର ବ୍ଲକରେ ଭୋଟ ୮୭.୯୨ ପ୍ରତିଶତ ଭୋଟଦାନ ହୋଇଛି।

ସେହିପରି ଆସନ୍ତା ଶନିବାର ୨୬ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟଗଣତି କରାଯିବ। ଏତିପାଇଁ ସମସ୍ତ ୧୦ଟି ବ୍ଲକରେ ପ୍ରସ୍ତୁତି ଶେଷ କରାଯାଇଛି। ଜିଲାର ପ୍ରତି ବ୍ଲକ ସଦରମହକୁମାରେ ଭାଟଗଣତ କେନ୍ଦ୍ର କରାଯାଇଚି। ୨୬ ତାରିଖରେ ଜିଲା ପରିଷଦ ଜୋନ- ୧, ୨୭ରେ ଜୋନ -୨ ଓ ୨୮ରେ ଜିଲା ପରଇଦେ ଜୋନ ୩ ଓ ୪ ର ଭୋଟ ଗଣତି କରାଯିବ। ଭୋଟ ଗଣତିକେନ୍ଦ୍ରରେ ଗ୍ରାମପଞ୍ଚାୟତ ଅନୁସାରେ ଭୋଟଗଣତି ଟେବୁଲ ରହିବ। ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁରପଭାଇଜର, ୨ଜଣ କାଉଣ୍ଟିଂ ସହଯୋଗୀ ଓ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ରହିବେ। ବିଡିଓ ସମସ୍ତ କାର୍ଯ୍ୟ ତଦାରଖ କରିବେ। ଏହା ସହିତ ପ୍ରତି ଗଣତି ଟେବୁଲର ଜାଲି ବାହାରେ ପ୍ରାର୍ଥୀଙ୍କର ଜଣେ ଲେଖାଏଁ ଏଜେଣ୍ଟ ରହିବେ। ଏଜେଣ୍ଟମାନେ ଭୋଟଗଣତି ଦେଖିବେ କିନ୍ତୁ ବାଲାଟ କାଗଜ ଛୁଇଁ ପାରିବେ ନାହିଁ। ପ୍ରଥମେ ସମିତିସଭ୍ୟ ବାଲାଟ ପେପର ଗଣତି କରାଯିବା। ଏହାପରେ ସରପଞ୍ଚ, ସମିତି ସଭ୍ୟ ଓ ପରେ ଜିଲାପରିଷଦ ସଦସ୍ୟଙ୍କର ଭୋଟ ଗଣିତ କରାଯିବ। ତେବେ ଆସନ୍ତା ମାର୍ଚ୍ଚ ୨ ତାରିଖରେ ବିଡିଓ ମାନେ ବିଜୟୀ ୱାର୍ଡ ସଭ୍ୟ ଓ ସରପଞ୍ଚ, ୩ରେ ଜିଲାପାଳଙ୍କ ଦ୍ୱାରା ସମିତିସଭ୍ୟ ଓ ୪ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜିଲାପରିଷଦ ସଭ୍ୟଙ୍କର ନାମ ଘୋଷଣା କରିବେ ବୋଲି ଜିଲା ପଞ୍ଚାୟତ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories