www.samajalive.in
Saturday, December 13, 2025
26.1 C
Bhubaneswar

ରାଇଲିମା ୧୪ ନମ୍ବର ବୁଥରେ ୭୫.୩୭ ପ୍ରତିଶତ ସାନି ମତଦାନ 

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ରାଇଲିମା ୧୪ ନମ୍ବର ଓ୍ବାର୍ଡ଼ରେ ନିୟମଗିରି ଅଞ୍ଚଳର ତଳ ମୁଶୁଡି ଓ ଉପର ମୁଶୁଡି, ଉପର ପଲ୍ଲି ଓ ରାଇଲିମା ଗାଁର ଡଙ୍ଗରିଆ ମହିଳା ପୁରଷମାନେ ଆଜି ସାନି ମତଦାନରେ ନିଜନିଜର ମତଦାନ କରିଛନ୍ତି । ବ୍ୟାପକ ପୁଲିସ ମୁତୟନ ହୋଇ ରହିଥିବାବେଳେ ଶାନ୍ତି ଶୃଙ୍ଖଳା ସହ ଡଙ୍ଗରିଆ ଭୋଟରମାନେ ମତଦାନ କରିଛନ୍ତି।

ଏହି ସାନି ମତଦାନ ସକାଳ ୯ ଘଣ୍ଟାରୁ ଆରମ୍ଭ ହୋଇଥିବାବେଳେ ଦିନ ୩ଟାରେ ଶେଷହୋଇଛି । ଏଥିରେ ପ୍ରାୟ ୧୯୮ ଡଙ୍ଗରିଆ ମହିଳା ପୁରଷ ମଧ୍ୟରୁ ୧୫୦ ଜଣ ନିଜନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ୧୫୦ ଜଣ ମଧ୍ୟରୁ ୯୯ ଜଣ ମହିଳା ଓ ୫୧ ଜଣ ପୁରୁଷ ରହିଛନ୍ତି । ଏହା ୭୫.୩୭ ପ୍ରତିଶତ ସାନି ମତଦାନ ହୋଇଛି । ସେଥିରେ ନିୟମଗିରି ମାଓ ପ୍ରବଣ ଅଞ୍ଚଳ ହୋଇଥବାରୁ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶକ୍ରମେ କଡା ସୁରକ୍ଷା ବଳରେ ପାହାଡର ଚତୁର୍ପାର୍ଶ୍ୱ ଓ ବୁଥକୁ ଡିଭିଏଫ୍, ଏସଓଜି, ସିଆରପିଏଫ ଯବାନ ସହିତ ୮ ପୁଲିସ ଅଧିକାରୀ, ତିନି ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିବା ଅତିରିକ୍ତ ଆରକ୍ଷୀ ଅଧିକାରୀ ଲଳିତ କୁମାର ପଟ୍ଟନାୟକ କହିଛନ୍ତି । ଏସଡିପିଓ ଦେବଜ୍ୟୋତି, ଚାନ୍ଦିଲି ଅଧିକାରୀ ବିଜୟଲକ୍ଷ୍ମୀ ହିକକା, କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକୁମା ହଂସୁଦା, ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଦେବାଶିଷ କର, ନିର୍ବାଚନ ଅଧିକାରୀ ବିଡିଓ ସୁଧାକର ରଇତ ନିର୍ବାଚନ ଅଧିକାରୀ ମାନସ ରଞ୍ଜନ ପ୍ରଧାନ, ଅତିରିକ୍ତ ବିଡ଼ିଓ ବଳରାମ ପାତ୍ର, ପ୍ରମୁଖ ଉପସ୍ଥିତ ରହିଥିଲେ ।

- Advertisement -

ଉଲ୍ଲେଖଯୋଗ୍ୟ, ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ୟ୍ୟାୟ ୨୦ ତାରିଖ ମତଦାନ ସୁରୁଖୁରୁରେ ଚାଲିଥିଲା ।ସୁନାଖଣ୍ଡି ପଞ୍ଚାୟତ ୧୪ ନଂ ବୁଥର ରାଇଲିମାଠାରେ କେବଳ ରାଇଲିମା ଗାଁର ଭୋଟରଙ୍କ ଭୋଟର ତାଲିକା ରେ ନାମ ରହିଥିଲା । କିନ୍ତୁ ତଳ ମୁଶୁଡି, ଉପର ମୁଶୁଡି ଓ ଉପରପଲ୍ଲି ଗାଁର ଡଙ୍ଗରିଆ ମହିଳା ପୁରଷଙ୍କ ଭୋଟର ତାଲିକା ନାମ ନଥିବାରୁ ସେମାନେ ଉତ୍ୟକ୍ତ ହୋଇ ଡଙ୍ଗରିଆ ମହିଳା ପୁରଷମାନେ ବୁଥକୁ ଭଙ୍ଗାରୁଜା କରିବାସହ ଭୋଟବାକ୍ସ ଓ ପ୍ରିଜାଇଡିଂ ଅଧକାରୀଙ୍କ ନଥିପାତ୍ର ଥିବା ବାକ୍ସକୁ ଉଠାଇ ନେଇ ଯାଇଥିଲେ ଯାହା ଫଳରେ ପୁଲିସକୁ ନାକେଦମ ହବାକୁ ପଡିଥିଲା । ଶେଷରେ ଘଟଣା ସ୍ଥଳରେ ତହସିଲଦାର ଦେବାଶିଷ କର ପହଞ୍ଚି ଡଙ୍ଗରିଆଙ୍କୁ ବୁଝାସୁଜା କରି ଲିଖିତ ପ୍ରତିଶ୍ରୁତି ଦେବାପରେ ଭୋଟବାକ୍ସ ଫେରାଇଥିଲେ । ତାହାକୁ ନେଇ ଆଜି ରାଇଲିମା ୧୪ ନଂ ବୁଥରେ ଶାନ୍ତି ଶୃଙ୍ଖଳା ସହ ମତଦାନ ହୋଇଛି । ଏଥିରେ ନିୟମଗିରିର ଡଙ୍ଗରିଆ ମହିଳା ପୁରଷ ନିଜନିଜର ମତଦାନ ଦେଇ ଖୁସି ହୋଇଥିବା ପ୍ରକାଶ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories