ଭୁବନେଶ୍ବର : ୟୁକ୍ରେନ ଉପରେ ରୁଷର ସାମରିକ ଆକ୍ରମଣ ପରେ ସେଠାରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ସେମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।
ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଓଡିଆ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେଠାରେ ଫସି ରହିଥିବା ସମସ୍ତ ଓଡ଼ିଆଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଶ୍ରୀ ସାହାଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ନିଜସ୍ବ ଖର୍ଚ୍ଚରେ ସମସ୍ତଙ୍କୁ ଫେରାଇ ଆଣିବା ନେଇ ଘୋଷଣା କରିଛନ୍ତି । ଏନେଇ ସେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅବଗତ କରାଇଛନ୍ତି।
CM @Naveen_Odisha has announced that the State Govt will bear the expenses for bringing back the students and workers of #Odisha stranded in #Ukraine. Earlier, CM had spoken to Union Home Minister Shri @AmitShah requesting safe evacuation of the residents. #UkraineRussiaConflict pic.twitter.com/MjbJLTZSQY
— CMO Odisha (@CMO_Odisha) February 25, 2022
ଅନ୍ୟପକ୍ଷରେ ୟୁକ୍ରେନରେ ଫସିଥିବା ତାମିଲ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ତାମିଲନାଡ଼ୁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଘୋଷଣା କରିଛନ୍ତି । ତାମିଲନାଡ଼ୁ ସରକାରଙ୍କ ଏହି ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ୟୁକ୍ରେନରେ ଫସି ରହିଥିବା ଓଡିଆଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି।
ହ୍ବାଟ୍ସ ଆପ୍ ନମ୍ବର : ୯୧+ ୮୫୨୭୫ ୮୦୨୪୫
ହେଲ୍ପ ଲାଇନ ନମ୍ବର : ୦୧୧-୨୩୦୧୨୭୫୧
#Odisha Govt has launched a special helpline number +91 85275 80245 for the stranded residents. CM has directed that Development Commissioner-cum-Special Relief Commissioner Shri @PradeepJenaIAS will coordinate the overall issue of bringing back stranded citizens to #Odisha.
— CMO Odisha (@CMO_Odisha) February 25, 2022
ଓଡିଆ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କୁ ସମନ୍ବୟ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।



